କାହିଁକି ଡିଜିଟାଲ ଭାରତ ସ୍ୱପ୍ନ ଅଧୁରା :

Talk Always Truth

ବାରିପଦା: ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜ ଟେଲିକମ୍‌ ସେବା କ୍ଷେତ୍ରରେ ବହୁ ପଛରେ ପଡ଼ିଛି। ଉପାନ୍ତ ଅଞ୍ଚଳର ଏମିତି ଶତାଧିକ ଗ୍ରାମ ଅଛି, ଯେଉଁଠି ମୋବାଇଲ୍‌ ନେଟ୍‌ୱର୍କ ପହଞ୍ଚିପାରିନି। ଫଳରେ ଲୋକେ ଇଣ୍ଟର୍‌ନେଟ୍‌ ବ୍ୟବହାର ତ ଦୂର, ମୋବାଇଲ୍‌ରେ କଥା ପଦେ ବି ହୋଇ ପାରୁନାହାନ୍ତି।
ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ତଥ୍ୟ ଅନୁସାରେ ଜିଲ୍ଲାର ୩୭୫୧ଟି ରାଜସ୍ବ ଗ୍ରାମରୁ ୩୦୫ଟି ଗ୍ରାମରେ ନେଟ୍‌ୱର୍କ ନାହିଁ। ସେହିପରି ୧୨ ଶହରୁ ଅଧିକ ଗ୍ରାମରେ ୫-ଜି ସେବା ଉପଲବ୍ଧ ହୋଇନି। ପାଖାପାଖି ୧ ହଜାର ଗ୍ରାମରେ ୫-ଜି ସେବା ନାଁକୁ ମାତ୍ର ଚାଲୁଛି। ଦୁର୍ବଳ ୫-ଜି ନେଟ୍‌ୱର୍କ ପାଇଁ ଅଧିକାଂଶ ସମୟରେ ଏହି ଗ୍ରାମଗୁଡ଼ିକରେ ଇଣ୍ଟରନେଟ୍‌ ଧୀମା ହେଉଛି।
ଜିଲ୍ଲାର ବହଳଦା, ବିଜାତଳା, ଜାମଦା, କୁସୁମୀ, ତିରିଂ, ଯଶିପୁର, ଠାକୁରମୁଣ୍ଡା, ଶାମାଖୁଣ୍ଟା, କରଞ୍ଜିଆ, ବାଙ୍ଗିରିପୋଷି ଓ ବିଶୋଇ ଭଳି ବ୍ଲକ୍‌ରେ ନେଟ୍‌ୱାର୍କ ସମସ୍ୟା ଜଟିଳ। ଏଥିରୁ ଅଧିକାଂଶ ବ୍ଲକ୍‌ର ସିଂହଭାଗ ଅଞ୍ଚଳ ହେଉଛି ଶିମିଳିପାଳ ଜାତୀୟ ଉଦ୍ୟାନ ଓ ପାହାଡ଼ିଆ ସ୍ଥାନ। ଭୌଗୋଳିକ ଅବସ୍ଥିତିର ଜଟିଳତା ଓ ପରିବେଶଗତ କଟକଣା ଯୋଗୁଁ ଏହିସବୁ ବ୍ଲକ୍‌ର ଉପାନ୍ତ ଅଞ୍ଚଳରେ ଟାୱାର୍‌ ସ୍ଥାପନ କଷ୍ଟକର ହେଉଛି ବୋଲି ଟେଲିକମ୍‌ ସଂସ୍ଥାଗୁଡ଼ିକ କହୁଛନ୍ତି। ଟେଲିକମ୍‌ ସେବା ଉପଲବ୍ଧ ହେଉ ନଥିବାରୁ ୩୦୫ରୁ ଅଧିକ ଗାଁର ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷା, ଅଞ୍ଚଳବାସୀଙ୍କୁ ଟେଲିମେଡିସିନ୍‌ ସେବା, ଡିଜିଟାଲ୍‌ ବ୍ୟାଙ୍କିଙ୍ଗ, ୟୁପିଆଇ ବ୍ୟବହାର ଓ ଅନ୍‌ଲାଇନ୍‌ ବ୍ୟବସାୟରୁ ବଞ୍ଚିତ ହେବାକୁ ପଡ଼ୁଛି। ସେହିପରି ଆଧାର ଓ ରାସନ୍‌ କାର୍ଡ ଆବେଦନ, ସରକାରୀ ଯୋଜନାରେ ପଞ୍ଜୀକରଣ ପାଇଁ ଖର୍ଚ୍ଚାନ୍ତ ହୋଇ ସହରକୁ ଦୌଡ଼ିବାକୁ ପଡ଼ୁଛି। ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ ସ୍ଥିତିରେ ଚିକିତ୍ସା ପାଇଁ ଦମକଳ କିମ୍ବା ଆମ୍ବୁଲାନ୍‌ସ ଡାକି ହେଉନି
ଗ୍ରାମାଞ୍ଚଳରେ ଜନସଂଖ୍ୟା ଘନତ୍ୱ କମ୍‌ ଥିବାରୁ ଟେଲିକମ୍ କମ୍ପାନିମାନେ ଏଠାରୁ ଲାଭ ପାଇବାର ଆଶା କମ୍‌। ତେଣୁ ଭିତ୍ତିଭୂମି ବିକାଶ ପାଇଁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ସେହିପରି ଉପାନ୍ତ ଗ୍ରାମରେ ବିଦ୍ୟୁତ୍ ସେବା ସୁବବେଳେ ଉପଲବ୍ଧ ହେଉନି। ଜେନେରେଟର୍‌ ଚଳାଇ ଅଧିକ ଖର୍ଚ୍ଚରେ ଟାୱାର୍‌କୁ କାର୍ଯ୍ୟକ୍ଷମ କରିବାକୁ ଟେଲିକମ୍‌ ସଂସ୍ଥା ଚାହୁ ନାହାନ୍ତି। ପ୍ରାୟ ୫୦ରୁ ଅଧିକ ଗ୍ରାମ ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ରହୁଥିବାରୁ ସେଠାରେ ଟେଲିକମ୍‌ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ କଟକଣା ବାଧକ ସାଜୁଛି ବୋଲି କୁହାଯାଉଛି। ଡିଜିଟାଲ୍‌ ଭାରତ ସ୍ୱପ୍ନ ସାକାର କରିବା ପାଇଁ ପ୍ରଥମେ ଜିଲ୍ଲାରେ ନେଟ୍‌ୱର୍କ ଉପଲବ୍ଧ କରାଇବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ନେଇ ଜିଲ୍ଲାପାଳ ହେମକାନ୍ତ ସୟେଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି ‘ନୋ ନେଟ୍‌ୱର୍କ’ ସମସ୍ୟାର ସମାଧାନ ପାଇଁ ଆମେ ଅଗ୍ରାଧିକାର ଦେଉଛୁ। ସବୁ ଲାଇନ୍‌ ଡିପାର୍ଟମେଣ୍ଟ ସହ ଏନେଇ ଆଲୋଚନା କରାଯାଇଛି। ଟେଲିକମ୍‌ କମ୍ପାନି କିପରି ଆଇନଗତ କଟକଣାରେ ଛନ୍ଦି ନହୋଇ ଉପାନ୍ତ ଅଞ୍ଚଳରେ ଟାୱାର୍‌ ସ୍ଥାପନ ପାଇଁ ଆଗ୍ରହୀ ହେବେ, ସେନେଇ କାର୍ଯ୍ୟ କରୁ |


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page