ଭୁବନେଶ୍ୱର : ୪ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଞ୍ଜାମ, କେନ୍ଦ୍ରାପଡା, କଳାହାଣ୍ଡି ଓ କଟକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା ହୋଇଛି। ଗଞ୍ଜାମ ଜିଲ୍ଲା ସଭାପତି ଭାବେ ବିକ୍ରମ ପଣ୍ଡା, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶିବ ପ୍ରସାଦ ଭୋଳ, କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ ଓ କଟକ ଜିଲ୍ଲା ସଭାପତି ହୋଇଛନ୍ତି ପ୍ରଫୁଲ୍ଲ ସିଂହ । ପୂର୍ବରୁ ବିଜେଡି ସୁପ୍ରିମୋ ୨୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଥିଲେ। ବାକି ୫ଟି ଜିଲ୍ଲାର ସଭାପତି ନାଁ ଘୋଷଣା ହେବାକୁ ବାକି ରହିଛି। ସେହିପରି ବିଜେଡିର ସାଙ୍ଗଠନିକ ନିର୍ବାଚନ ପରେ ବିଜୁ ଜନତା ଦଳର ଛାତ୍ର, ଯୁବ ଓ ମହିଳା ସଙ୍ଗଠନର ସଭାପତିଙ୍କ ନାଁ ଘୋଷଣା ହେବ।

ପୁଣି ବଢ଼ିଲା ସୁନା ରେଟ,
୨୪ କ୍ୟାରେଟ କିଣିଲେ ଦେବାକୁ ପଡ଼ିବ !ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି