କଟକ ନୂଆବଜାରରେ ଫୁଟିଲା ଗୁଳି :

Talk Always Truth

କଟକ : କଟକ ନୂଆବଜାରରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାରିଲେ ଦୁର୍ବୃତ୍ତ । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ ତରାଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।
ସୂଚନା ନୌଶରେ ସଞ୍ଜୟ ବିଳମ୍ବିତ ରାତିରେ ନୂଆବଜାର ଫ୍ଲାଏ ଓଭରବ୍ରିଜ ଉପରେ ଜଣେ ବନ୍ଧୁଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ କେତେ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ପୂର୍ବ ଶତ୍ରୁତାକୁ ନେଇ ଗୁଳି ମାଡ଼ ସନ୍ଦେହ କରାଯାଉଛି । ଚାଉଳିଆଗଞ୍ଜ ଥାନା ପୋଲିସର ତଦନ୍ତ ଜାରି ରହିଛି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page