ମନ୍ଦିର ର ରେ ଲାଗିଛି ଭିଡ଼ :

Talk Always Truth

ଶ୍ରାବଣ ର ଶେଷ ସୋମବାର ଲାଗିଛି ପ୍ରବଳ ଭିଡ଼ !
୪ଟାରୁ ସାହାଣମେଲା ଦର୍ଶନ, ଜଳଲାଗି
ପୁରୁଣା ଭୁବନେଶ୍ୱର ! ଭକ୍ତଟିଏ ମହାଦେବ ଉପରେ ପାଣି ଢାଳି ନିଜର ମନସ୍କାମନା ପୂରଣ କରିବ ଏବଂ ପ୍ରଭୁ ତାଙ୍କ ଭକ୍ତଙ୍କ ହାତରୁ ପାଣି ଗ୍ରହଣ କରି ନିଜକୁ ଶାନ୍ତି କରିବେ ସେଥିପାଇଁ ଲାଗିଛି ଜୋର ଦାର ଭିଡ଼! ରାତି ପାହିଲେ ଶ୍ରାବଣ ମାସର ଶେଷ ସୋମବାର। ଭକ୍ତମାନେ ଠାକୁରଙ୍କ ଉପରେ ଜଳଲାଗି କରିବେ। ଏଥିପାଇଁ ମନ୍ଦିର ଆଗରେ କାଉଡ଼ିଆଙ୍କ ଧାଡ଼ି ଦେଖିବାକୁ ମିଳିଛି ମଧ୍ୟ! ମନ୍ଦିର ଆଗରେ ପୂର୍ବରୁ ଲଗାଯାଇଥିବା ବ୍ୟାରିକେଡ୍‌ କଡ଼ରେ କାଉଡ଼ିଆ ଜଳଭାର ଆଣି ରଖିଛନ୍ତି। ମନ୍ଦିର ପ୍ରଶାସନ ‌ଏନେଇ ବିଭିନ୍ନ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରୁଛି। ଶେଷ ପାଳିରେ ଜଳଲାଗି କରିବାକୁ ପୁରୁଷ ଓ ମହିଳାମାନେ ଆଶ୍ରୟସ୍ଥଳରେ ବିଶ୍ରାମ ନେଉଛନ୍ତି। ମନ୍ଦିର ଭିତରେ ଏଏସ୍‍ଆଇ ପକ୍ଷରୁ ବ୍ୟାରିକେଡ୍‌ ବନ୍ଧା ହୋଇଛି। କାଉଡ଼ିଆମାନେ ଆଜି ସନ୍ଧ୍ୟାରୁ ଏକାମ୍ର କ୍ଷେତ୍ରକୁ ଆସିଛନ୍ତି।
ମନ୍ଦିରରେ ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ। ତେବେ କାଉଡ଼ିଆଙ୍କ ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଓ ୫ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ବିନ୍ଦୁସାଗର କୂଳରେ ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ବାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛନ୍ତି। ମହିଳା ଭକ୍ତ ଆସିବା ସମ୍ଭାବନା ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।
By – subhasmita Das


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page