ଆସିଲା ଖୁସି ଖବର ଏଣିକି ରାତିରେ କାମ କରିବେ ମହିଳା :

Talk Always Truth

ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାମ କରିପାରିବେ ମହିଳା। ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।ମହିଳାମାନେ ଯେଉଁଠାରେ କାମ କରିବାକୁ ଚାହିଁବେ ସେଠାରେ ଅତିକମରେ ୩ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବେ । ଏବଂ କାର୍ଯ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ରହୁଥିବେ। ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି ।ଘରୋଇ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାର୍ଯ୍ୟ କରିବା ନେଇ ଥିବା ସରକାରୀ ବାଧ୍ୟବାଧକତାକୁ କୋହଳ କରାଯାଇଛି । ରାଜ୍ୟ ସରକାର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଗୁ ହୋଇଥିବା ଧାରା-୨୩କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ବାର ଘରୋଇ ପ୍ରତିଷ୍ଠାନରେ ମହିଳାମାନଙ୍କ ପାଇଁ ରାତିରେ କାମ କରିବାର ସୁଯୋଗ ସୃଷ୍ଟି ହୋଇପାରିବ। ମାତ୍ର ନାବାଳିକାମାନଙ୍କୁ ଏହି ଅନୁମତି ଦିଆଯିବ ନାହିଁ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page