socialtalknews

ଆଉ ନାହାନ୍ତି ଶିବୁ ସୋରେନ:

ଆଉ ନାହାନ୍ତି ଶିବୁ ସୋରେନ:

ଆଉ ନାହାନ୍ତି ଶିବୁ ସୋରେନ:

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ :
ନୂଆଦିଲ୍ଲୀ: ଆଉ ନାହାନ୍ତି ଶିବୁ ସୋରେନ । ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ ।
ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଆଉ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ବାପାଙ୍କ ଦେହାନ୍ତ ନେଇ ସୂଚନା ଦେଲେ ପୁଅ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ହେମନ୍ତ ଏବେ ଦିଲ୍ଲୀରେ ଅଛନ୍ତି !

Share the Post:

Related Posts

ଶୋଇଥିଲେ ଡ୍ରାଇଭର :

ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ

Read More

ଏମିତି ବି ହେଇପାରେ :

ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ଦୌଡୁଥିବା ବେଳେ ହଠାତ୍‌ ହୋଇଗଲେ ଅସୁସ୍ଥ :ଖୋର୍ଦ୍ଧା: ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି ।

Read More