ନୀତିନ ଗଡକରୀଙ୍କ ବାସଭବନରେ ବୋମାମାଡ଼ ଧମକ :

Talk Always Truth

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବାସଭବନକୁ ଟାର୍ଗେଟ କରି ବୋମାମାଡ଼ କରାଯିବ ବୋଲି ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ ରବିବାର ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ପୁଲିସ କଣ୍ଟ୍ରୋଲ ରୁମକୁ ଜରୁରୀକାଳୀନ ନମ୍ବର ୧୧୨ରେ ମନ୍ତ୍ରୀଙ୍କ ବାସଭବନରେ ବୋମାମାଡ଼ କରାଯିବ ବୋଲି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହାପରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧମକ ଦେବା ପାଇଁ ବ୍ୟବହୃତ ଫୋନ୍ ନମ୍ବରକୁ ଠାବ କରିଥିଲା।
ନାଗପୁରର ସକରଦାରା ଅଞ୍ଚଳର ତୁଳସୀ ବାଗ ରୋଡରେ ରହୁଥିବା ଉମେଶ ବିଷ୍ଣୁ ରାଉତଙ୍କ ନାମରେ ଉକ୍ତ ଫୋନ୍‌ ନମ୍ବର ରହିଥିବା ଜଣାପଡ଼ିଥିଲା। ମୋବାଇଲ ଲୋକେସନ୍ ଏବଂ ଅନ୍ୟ ପ୍ରମାଣ ଆଧାର‌ରେ ପୁଲିସ ରାଉତଙ୍କୁ ଗିରଫ କରିଛି। ପଚରାଉଚରା ପାଇଁ ପ୍ରଥମେ ତାଙ୍କୁ ହେପାଜତକୁ ନିଆଯାଇଥିଲା ଏବଂ ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ତାଙ୍କ ନିକଟରୁ କୌଣସି ବିସ୍ଫୋରକ ମିଳିନାହିଁ ଏବଂ ଅଧିକ ତଦନ୍ତ ଜାରି ରହିଛି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page