socialtalknews

ଓଡ଼ିଆ ସିନେମା ପାଇଁ ବଡ଼ ସଫଳତା

ଓଡ଼ିଆ ସିନେମା ପାଇଁ ବଡ଼ ସଫଳତା

ଓଡ଼ିଆ ସିନେମା ପାଇଁ ବଡ଼ ସଫଳତା

!ଫେରୁଛି ଓଡିଆ ସିନେମାର ଭଲ ଦିନ । ଖାଲି ଓଡିଶା ନୁହେଁ ଓଡିଶା ବାହାରେ ବି ଓଡିଆ ସିନେମା କିଣୁଛି ଦର୍ଶକଙ୍କ ମନ । ଖାଲି ଦର୍ଶକଙ୍କ ମନ ଜିଣିବାରେ ସୀମିତ ନାହିଁ ସିନେମା ବରଂ ଏହାର ପରିସୀମା ଆଉ ଦି’ପାଦ ଆଗେଇଛି । ଓଡ଼ିଆ ସିନେମାକୁ ମିଳୁଛି ଜାତୀୟ ପୁରସ୍କାର
ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଅଧ୍ୟାୟ ୨୦୨୧ରେ ‘ପ୍ରତୀକ୍ଷା’, ୨୦୨୨ରେ ‘ଦମନ’ ଓ ୨୦୨୩ ପାଇଁ ‘ପୁଷ୍କରା’କୁ ଜାତୀୟ ପୁରସ୍କାର
ଭୁବନେଶ୍ବର: ଫେରୁଛି ଓଡିଆ ସିନେମାର ଭଲ ଦିନ । ଖାଲି ଓଡିଶା ନୁହେଁ ଓଡିଶା ବାହାରେ ବି ଓଡିଆ ସିନେମା କିଣୁଛି ଦର୍ଶକଙ୍କ ମନ । ଖାଲି ଦର୍ଶକଙ୍କ ମନ ଜିଣିବାରେ ସୀମିତ ନାହିଁ ସିନେମା ବରଂ ଏହାର ପରିସୀମା ଆଉ ଦି’ପାଦ ଆଗେଇଛି । ଓଡ଼ିଆ ସିନେମାକୁ ମିଳୁଛି ଜାତୀୟ ପୁରସ୍କାର ।
ଯେତେବେଳେ ଓଡିଆ ସିନେ ଜଗତରେ ଘୋଟି ଆସିଥିଲା କଳା ବାଦଲ । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ଯେତେବେଳେ ଏକ ଦୁର୍ଦ୍ଦିନ ଦେଇ ଗତି କରୁଥିଲା ଏବଂ ତାର ଭବିଷ୍ୟତ ଏକ ଅନିଶ୍ଚିତତା ଭିତରେ ରହିଥିଲା ସେତେବେଳେ ଓଡିଆ ସିନେମାର ଭାଗ୍ୟକୁ ନେଇ ସମସ୍ତେ ସନ୍ଦିହାନ ଥିଲେ । କଣ ହେବ ଏଡେ ବଡ଼ ଇଣ୍ଡଷ୍ଟ୍ରୀର ଭାଗ୍ୟ ? ଭଲ ସିନେମା ହେଉ ନଥିଲା, ସିନେମା ହେଉଥିଲେ ବି ଦର୍ଶକ ଦେଖୁନଥିଲେ, ହଲରେ ଚାଲୁନଥିଲା.. ଏମିତି କେତେ କେତେ ପରିସ୍ଥିତି ଦେଇ ଗତି କରୁଥିଲା । କଳାକାରମାନେ ବି ସିନେ ଜଗତକୁ ନେଇ ଆଶଙ୍କାରେ ରହିଥିଲେ । ସେମାନଙ୍କ ପେଟ ପାଟଣା କଥାକୁ ନେଇ ଚିନ୍ତାରେ ଥିଲେ ।
ହେଲେ ଠିକ୍ ସେହି ସମୟରେ ହଠାତ୍ ବଦଳିଥିଲା ଓଡିଆ ସିନେମାର ଭାଗ୍ୟ । ସିନେ ଜଗତ ଉପରେ ଢାଙ୍କି ରହିଥିବା କଳା ବାଦଲ ହଟିଥିଲା ଆଉ ଉଇଁଥିଲା ସିନେମାର ନୂଆ ସୂରଜ । ଓଡିଆ ସିନେମାର ଦରିଆ କୂଳରେ ପିଟି ହୋଇଥିଲା ‘ଦମନ’ର ଲହଡ଼ି । ଭାଙ୍ଗି ପଡିଥିବା ସିନେ ଜଗତକୁ ଦମ୍ଭ ଦେଇଥିଲା ‘ଦମନ’ । ଫେରିଥିଲା ସିନେମାର ସ୍ବର୍ଣ୍ଣିମ ଯୁଗ । ହଲକୁ ଫେରିଥିଲେ ଦର୍ଶକ । ଲାଗିଥିଲା ଓଡିଆ ସିନେମାକୁ ଦେଖିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ । ଓଡିଆ ସିନେମାରୁ ମୁହଁ ଫେରାଇ ନେଇଥିବା ଦର୍ଶକ ନିଜ ରାଇଜର କାହାଣୀ ଦେଖିଲେ ।
ବାସ୍ ତାପରେ ଫୁଲ ଦମରେ ଓଡିଆ ସିନେମା କମର କଷି ଆଗକୁ ଯାଉଥିବା ବେଳେ ‘ପ୍ରତୀକ୍ଷା’ ଦେଇଥିଲା ନୂଆ ଏକ ଆଶା । ସିନେମା ହଲକୁ ପୁଣି ଫେରିଥିଲେ ଦର୍ଶକ । ପ୍ରତୀକ୍ଷା ଲୋକଙ୍କ ପ୍ରିୟ ପାଲଟିଥିଲା । ଦୁଇଟି ସିନେମାକୁ ଲୋକେ ଏତେ ପସନ୍ଦ କରିଥିଲେ ଯେ, ଉକ୍ତ ସିନେମା ଦ୍ବୟକୁ ଜାତୀୟ ପୁରସ୍କାର ମିଳିଲା । ଦମନ ପ୍ରଥମେ ରିଲିଜ ହୋଇଥିଲେ ହେଁ ତାକୁ ପରେ ଜାତୀୟ ପୁରସ୍କାର ମିଳିଲା ।
୨୦୨୧ରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୨୨ରେ ‘ଦମନ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିଲା । ଆଉ ଏବେ ୨୦୨୩ ପାଇଁ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ପାଇଁ ବିବେଚିତ କରାଯାଇଛି ।
କଥାକାର ଗୌରହରି ଦାସଙ୍କ ଗଳ୍ପ ବାପା ଓ ଅନ୍ୟାନ୍ୟ ଗଳ୍ପ ବହିର କାହାଣୀରୁ ଅନୁପ୍ରାଣିତ ହୋଇଥିଲା ପ୍ରତୀକ୍ଷା ସିନେମା ହୋଇଥିଲା । ବାପା-ପୁଅର ନିବିଡ଼ ସମ୍ପର୍କ ଦର୍ଶାଉଥିବା ଫିଲ୍ମ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ବର୍ଗରେ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।
ସେହିପରି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲା । ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ ଥିଲା ସିନେମା । ଦ- ଦୁର୍ଗମ ଅଞ୍ଚଳରେ, ମ-ମ୍ୟାଲେରିଆ ଏବଂ ନ-ନିରାକରଣକୁ ନେଇ ଫିଲ୍ମ ନିର୍ମିତ ହୋଇଥିଲା! ଚଳଚ୍ଚିତ୍ରଟି ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ମୁକ୍ତିଲାଭ କରିଥିଲା । ପରେ ଏହାକୁ ହିନ୍ଦୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଥିଲା ।

Share the Post:

Related Posts

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର

Read More

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା

Read More