ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :

Talk Always Truth

ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନି
ତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!
ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ ପାକାଇଛି ଆମେରିକା କିନ୍ତୁ ଏହି ଚାପକୁ ଖାତିର୍‌କରିନି ଭାରତ । ଏହା କହିବାର ଅର୍ଥ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାର ଧମକ କୌଣସି ନୂଆ ଘଟଣା ନୁହେଁ । ଏହା ଆମେରିକାର ସେହି ପୁରୁଣା ନୀତିର ଏକ ଅଂଶ, ଯେଉଁଥିରେ ସେ ନିଜର ସ୍ୱାର୍ଥ ପାଇଁ ବିଭିନ୍ନ ସମୟରେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଆସିଛି । କିନ୍ତୁ ଇତିହାସ ସାକ୍ଷୀ, ଭାରତ କେବେବି ଏଭଳି ଚାପ ଆଗରେ ମୁଣ୍ଡ ନୁଆଇଁ ନାହିଁ ଏବଂ ନିଜର ଜାତୀୟ ସ୍ୱାର୍ଥ ଓ ଆତ୍ମସମ୍ମାନକୁ ସର୍ବଦା ଗୁରୁତ୍ୱ ଦେଇଆସିଛି ।
ଯେତେବେଳେ ୧୯୬୫ ରେ ଭାରତ ପାକିସ୍ତାନ ଯୁଦ୍ଧ ମଧ୍ୟରେ ଭାରତର ଜନତଙ୍କୁ ଖାଦ୍ୟ ସଙ୍କଟ ଦେଖା ଦେଇଥିଲା । ସେହିସମୟରେ ଜନତାଙ୍କୁ ରୁଟି ଦେବା ପାଇଁ ଭାରତକୁ ଆମେରିକାର ଗହମ ଉପରେ ନିର୍ଭର କରିବାକୁ ପଡିଥିଲା । ଏହି ସମୟରେ ଆମେରିକା ପକ୍ଷରୁ ଧମକ ଆସିଲା ଯେ, ପାକିସ୍ତାନ ସହ ଯୁଦ୍ଧ ବନ୍ଦ କର ନହେଲେ ଗହମ ଦେବା ଆମେ ବନ୍ଦ କରିଦେବୁ । ସେହି ସମୟରେ ଦେଇ ଆମେରିକା କୁ କଡା ଜାବବ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ କହିଥିଲେ ଗହମ ବନ୍ଦ କରି ଦିଅ.. କିଛି ଫରକ ପଡିବନି କିନ୍ତୁ ଆମେ ଯୁଦ୍ଧ ବନ୍ଦ କରିବୁନି ।
ଆମେରିକାର ଏହି ଚାପ ଆଗରେ ନଇଁ ନ ଯାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ “ଜୟ ଯବାନ, ଜୟ କିଷାନ”ର ନାରା ଦେଇ ଦେଶବାସୀଙ୍କୁ ସପ୍ତାହକୁ ଗୋଟିଏ ଦିନ ଉପବାସ ରଖିବାକୁ ଆହ୍ୱାନ ଦେଇଥିଲେ । ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ “ସବୁଜ ବିପ୍ଳବ”ର ପଥ ଆପଣାଇଲା। ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ଭାରତ କିଛି ବର୍ଷ ମଧ୍ୟରେ କେବଳ ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେଲାନାହିଁ, ବରଂ ଆମେରିକାର ଖାଦ୍ୟ-ରାଜନୀତିକୁ ଏକ ଶକ୍ତ ଜବାବ ଦେଲା ।
୧୯୯୮ ମସିହାରେ, ଯେତେବେଳେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଭାରତ ପୋଖରାନରେ ଦ୍ୱିତୀୟ ଥର ପାଇଁ ପରମାଣୁ ପରୀକ୍ଷଣ କଲା, ସେତେବେଳେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ଆମେରିକା ଏହାର କଠୋର ବିରୋଧ କରି ଭାରତ ଉପରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲା । ଏହି ପ୍ରତିବନ୍ଧକଗୁଡ଼ିକ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଋଣ ରୋକିବା, ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ଉପରେ କଟକଣା ଏବଂ ଅନ୍ୟାନ୍ୟ ଅନେକ ଆର୍ଥିକ କଟକଣା ସାମିଲ ଥିଲା ।
କିନ୍ତୁ ଭାରତ ଏହି ଚାପ ଆଗରେ ମୁଣ୍ଡ ନୁଆଇଁ ନଥିଲା । ବାଜପେୟୀ ସରକାର ସ୍ପଷ୍ଟ କରିଥିଲେ ଯେ ଏହି ପରୀକ୍ଷଣ ଦେଶର ସୁରକ୍ଷା ପାଇଁ ଅପରିହାର୍ଯ୍ୟ ଥିଲା । ସେହି କଠିନ ସମୟରେ ସାରା ଦେଶ ଏକଜୁଟ ହୋଇ ସରକାରଙ୍କ ସହ ଛିଡା ହୋଇଥିଲା। ଶେଷରେ, ଆମେରିକା ଭାରତର ବଢୁଥିବା ଶକ୍ତି ଓ ଗୁରୁତ୍ୱକୁ ଅନୁଭବ କରି ନିଜ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହେଲା ଏବଂ କିଛି ବର୍ଷ ମଧ୍ୟରେ ସମସ୍ତ ପ୍ରତିବନ୍ଧକକୁ ଧୀରେ ଧୀରେ ହଟାଇନେଲା ।
ଆଜି ପୁଣି ଥରେ ଇତିହାସ ନିଜକୁ ଦୋହରାଉଛି । ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତର ବାଣିଜ୍ୟ ନୀତି ଏବଂ ଋଷ ସହ ସମ୍ପର୍କକୁ ଆଳ କରି ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଏବଂ ଅତିରିକ୍ତ ଜରିମାନା ଲଗାଇବାର ଧମକ ଦେଇଛି । ଏହାର ଉଦ୍ଦେଶ୍ୟ ପୁଣି ଥରେ ଭାରତକୁ ଚାପରେ ପକାଇ ନିଜ ସର୍ତ୍ତ ମାନିବାକୁ ବାଧ୍ୟ କରିବା । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତର ବୟନଶିଳ୍ପ, ଫାର୍ମାସ୍ୟୁଟିକାଲ୍ସ, ଏବଂ ଅଟୋ ପାର୍ଟସ୍ ଭଳି କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କିନ୍ତୁ ଆଜିର ଭାରତ ୧୯୬୦ କିମ୍ବା ୧୯୯୮ର ଭାରତ ନୁହେଁ । ଆଜି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଏବଂ ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥା । ନିଜର “ରଣନୈତିକ ସ୍ୱାୟତ୍ତତା” ସହିତ ଭାରତ କେବେବି ସାଲିସ କରିନାହିଁ ଏବଂ କରିବ ମଧ୍ୟ ନାହିଁ ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page