socialtalknews

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌ ||

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌ ||

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌ ||

କୋରାପୁଟ : ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୬ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ୯ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ଟଙ୍କା ଜବତ ହୋଇଛି । କୋରାପୁଟର ଜୟପୁର ଟାଉନସ୍ଥିତ ପୈତୃକ ଜମିରେ ଥିବା ଘର, ଜୟପୁର ଟାଉନସ୍ଥିତ ଗୋଲ୍ଡେନ୍‌ ହାଇଟ୍‌ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ ଥିବା ୨ ଟି ଫ୍ଲାଟ୍‌, ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରେ ଥିବା ଭାଇଙ୍କ ଫ୍ଲାଟ୍‌, ଜୟପୁର ଟାଉନସ୍ଥିତ ଶ୍ୱଶୁର ଘର ଏବଂ ଜୟପୁର ଫରେଷ୍ଟ ରେଞ୍ଜରେ ଥିବା ତାଙ୍କ ଅଫିସ୍‌ ଚାମ୍ୱରରେ ଏକକାଳୀନ ଚଢାଉ ଜାରି ରହିଛି ।

Share the Post:

Related Posts

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର

Read More

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା

Read More