ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ମୁସ୍କିଲ |

Talk Always Truth

ନୂଆଦିଲ୍ଲୀ :ଆମେରିକାର ଟ୍ରମ୍ପ ପ୍ରଶାସନ ବ୍ୟାପାର ଚୁକ୍ତିର ମାନକୁ ଡେଡ୍‌ଲାଇନ୍‌ଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି କ୍ଷେତ୍ରରେ ଅଗଷ୍ଟ ୧ର ସମୟସୀମା ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇ ନ ପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ।

ବ୍ୟାପାର ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା କିମ୍ବା ମୋଟା ଟାରିର ସାମ୍ନା କରିବା ପାଇଁ ଦେଶଗୁଡ଼ିକୁ ଆମେରିକା ପକ୍ଷରୁ ପୂର୍ବରୁ ଧମକ ଦିଆଯାଇଥିବାବେଳେ ଏ ସ୍ଥିତି ଗୁରୁତ୍ବ ବହନ କରୁଛି। ଭାରତ, ୟୁରୋପୀୟ ସଂଘ(ଇୟୁ) ଏବଂ ଜାପାନ ସହ ଆମେରିକାର ବାଣିଜ୍ୟିକ ଆଲୋଚନା ଆଶାଠାରୁ ଅଧିକ କଠିନ ସାବ୍ୟସ୍ତ ହୋଇଛି। ଭାରତୀୟ ବାଣିଜ୍ୟିକ ବାର୍ଭକାରମାନେ ୱାଶିଂଟନରେ ପ୍ରାୟ ସପ୍ତାହେ ଆଲୋଚନା ପରେ ଭାରତ ଫେରିଆସିଛନ୍ତି। ତେବେ ସରକାର ସୂତ୍ରରୁ ଜଣାପଡ଼ିଛି ଯେ, ଅଗଷ୍ଟ ୧ ଡେଡ୍‌ଲାଇନ୍ ପୂର୍ବରୁ ଅନ୍ତରୀଣ ବ୍ୟାପାର ଚୁକ୍ତି ସ୍ବାକ୍ଷର ହେବା ସମ୍ଭାବନା କମ୍।

ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟଙ୍କ ବୟାନରୁ

ଜଣାପଡ଼ିଛି ଯେ, ଯଦି ଅଗଷ୍ଟ ୧ରୁ ଗରିଫ୍ ଲାଗୁ ହୁଏ ତେବେ ଉଚ୍ଚ ଶୁକ୍ଳ ସ୍ତର ଉକ୍ତ ଦେଶଗୁଡ଼ିକ ଉପରେ ଉତ୍ତମ ବାଣିଜ୍ୟିକ ବୁଝମଣା କରିବାକୁ ଚାପ ପକାଇବ। ଏହାର ଅର୍ଥ ଭାରତକୁ ଆମେରିକାର ସର୍ଭ ଆଧାରରେ ଏକ ବୁଝାମଣା କରିବାକୁ ହେବ କିମ୍ବା ଏହାକୁ ଆମେରିକାର ଉଚ୍ଚ ଗରିଫ୍‌କୁ ସାମ୍ନା କରିବାକୁ ପଡ଼ିବ। ଏହାଦ୍ୱାରା ଭାରତର ରପ୍ତାନି ପ୍ରଭାବିତ ହେବ। ଏ ସ୍ଥିତି ଭାରତ ପାଇଁ ଆହ୍ବାନପୂର୍ଣ୍ଣ। ଦେଶକୁ ଏହାର ବ୍ୟାପାର ହିତକୁ ଧ୍ୟାନରେ ରଖି ଆମେରିକା ସହ ସନ୍ତୁଳନ ରକ୍ଷା କରିବାକୁ

ହେବ। ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ କଥାବାର୍ଭା ଚଳିତବର୍ଷ ମାର୍ଚ୍ଚରେ ଆରମ୍ଭହୋଇଥିଲା। ବର୍ତ୍ତମାନ ସୁଦ୍ଧା ୫ ଥର ଆଲୋଚନା ହେଲାଣି। କେତେକ ପ୍ରସଙ୍ଗ ଉପରେ ସହ‌ମତି ହେଉନାହିଁ ।

ସ୍କଟ୍ ବେସେଣ୍ଟ ସ୍ପଷ୍ଟ କରିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ବାଣିଜ୍ୟିକ ଚୁକ୍ତିର ମାନକୁ ନେଇ କୌଣସି ସାଲିସ୍ କରିବେ ନାହିଁ । ତାଙ୍କ ପାଇଁ ସମୟସୀମାଠାରୁ ଅଧିକ ଜରୁରୀ ହେଉଛି ଭଲ ଡିଲ। ଏହାର ଅର୍ଥ ଆମେରିକା କୌଣସି ଦେଶ ସହିତ ତରବରିଆ ଭାବେ କୌଣସି ବୁଝାମଣା କରିବ ନାହିଁ ।

ଯଦି କୌଣସି ଦେଶ ଆମେରିକା ସହ ଉତ୍ତମ ଭାବେ ଆଲୋଚନା କରୁଛି ତା’ହେଲେ କ’ଣ ଡେଡ୍‌ଲାଇନ୍ ବଢ଼ାଯିବ ଉକ୍ତ ପ୍ରଶ୍ନରେ ବେସେଣ୍ଟ କହିଛନ୍ତି ଯେ, ଏ ନିଷ୍ପରି ଡୋନାଲ୍ଡ ଟ୍ରମ୍ପ ନେବେ। ପ୍ରକାଶଯୋଗ୍ୟ, ଟୁମ୍ଫ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରି ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥାଗୁଡ଼ିକରେ ହଇଚଇ ସୃଷ୍ଟି କରିଛନ୍ତି। ସେ ଅନେକ ଦେଶ ଉପରେ ତଡ଼ା ଶୁଳ୍କ ଲଗାଇଛତି। ଏହା ଦ୍ଵାରା ବ୍ୟାପାରରେ ସମସ୍ୟା ଦେଖିବାକୁ ମିଳିଛି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page