socialtalknews

ଖୋଲିବ ୨ ନୂଆ OISF ବାଟାଲିୟନ୍, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ :

ଖୋଲିବ ୨ ନୂଆ OISF ବାଟାଲିୟନ୍, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ :

ଖୋଲିବ ୨ ନୂଆ OISF ବାଟାଲିୟନ୍, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ :

ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବ
ରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ୫୬ଟି ନୂଆ କୋର୍ଟ ଖୋଲିବ । ଏହାସହ ୮୪୦ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବ । ମୋଟ ୧୩ଟି ଜିଲ୍ଲାରେ ସ୍ଥାପନ ହେବ ନୂଆ ସିଭିଲ କୋର୍ଟ । ୨୦୨୨ରେ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୭୦୦ କୋର୍ଟ ରହିଛି । ଏଥିରେ ସିଭିଲ୍ ଓ କ୍ରିମିନାଲ କୋର୍ଟ ମଧ୍ୟ ସାମିଲ ରହିଛି । ଏହାସତ୍ତ୍ୱେ ରାଜ୍ୟରେ ୧୫ ଲକ୍ଷରୁ ଅଧିକ ମାମଲା ବିଚାରଧୀନ ରହିଥିଲା । ଏଥିରେ ୧୨ ଲକ୍ଷରୁ ଅଧିକ କେବଳ ଆପରାଧିକ ମାମଲା ରହିଥିଲା । କେବଳ ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୮୯ ହଜାର ମାମଲା ବିଚାରଧୀନ ରହିଛି ।

Share the Post:

Related Posts

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ :

ବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

Read More

ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ :

ଭୁବନେଶ୍ୱର : ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭୁବନେଶ୍ବର କୃଷି ଭବନ ଠାରେ ଭ୍ରାମ୍ୟମାଣ ପ୍ରବାସୀ ସାଧନ

Read More