ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ ||

Talk Always Truth

ଆଜିଠୁ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ, ରାସ୍ତା କଡ଼ରେ ବି ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ
ରାଜ୍ୟରେ ଆଉ କୌଣସି ପେଟ୍ରୋଲ ପମ୍ପରେ ଲୋକମାନେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ କିଣି ପାରିବେନି ।ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ
ଆଜିଠୁ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ। ରାସ୍ତା କଡ଼ରେ ବି ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଆଉ କୌଣସି ପେଟ୍ରୋଲ ପମ୍ପରେ ଲୋକମାନେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ କିଣି ପାରିବେନି । ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ପେଟ୍ରୋଲିୟମ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ପେଟ୍ରୋଲ ବିକ୍ରୟକୁ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଦ୍ୱାରା ପ୍ରଦତ୍ତ ନିୟମର କଡ଼ାକଡ଼ି ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ସଂଘଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମ ଯେପରି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ କଡ଼ାକଡ଼ି ପାଳନ ହେବ, ସେ ନେଇ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ କୁହାଯାଇଛି । ଏହାସହ କୁହାଯାଇଛି ଯେ ବିଭିନ୍ନ ଅନୁଷ୍ଠାନ, କୃଷକ ଓ ସରକାରୀ କାର୍ୟ୍ୟାଳୟର ବ୍ୟବହାର ପାଇଁ ଖୁଚୁରା ଭାବେ ପେଟ୍ରୋଲ ବିକ୍ରୟ ସଂପର୍କରେ ଥିବା ନିୟମ ବଳବତ୍ତର ରହିବ।କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ୱ, ବିଭିନ୍ନ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ହେବ । ଏ ନିୟମକୁ ଅବମାନନା କରି ଅନୈତିକ ଭାବେ ସହଯୋଗ କରୁଥିବା ପେଟ୍ରୋଲ ପମ୍ପ କିମ୍ବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ !


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page