ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ ||

Talk Always Truth

ଜଣେ ଛାତ୍ରୀ (୧୯)କ୍ସ୍ ମୁଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ବର ମଞ୍ଚେଶ୍ବର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଏନେଇ ଥାନାରେ ବିଏଏସ୍ ଦଫା -64 (1),123,296,74, ୩୫୧(୨) ଅନୁଯାୟୀ ଏକ ମାମଲା (ନଂ.୪୧୭/୨୦୨୫) ରୁଜୁ ହୋଇଛି। ଉଦିତଙ୍କୁ ସୋମବାର କୋର୍ଟ ଚାଲାଣି କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ଉଦିତ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତା ହେଉଛନ୍ତି ଚନ୍ଦକା ଥାନା ଅଞ୍ଚଳର । ସେ ଓ ତାଙ୍କର ଜଣେ ସାଙ୍ଗ ଅନ୍ୟ ଜଣେ ଯୁବକଙ୍କ ସହ ଗତ ମାର୍ଚ୍ଚ ୧୮ସନ୍ଧ୍ୟାରେ ଆୟୁଷ୍ମାନ ସାହୁ ନାମକ ଜଣେ ସାଙ୍ଗକ ସହ କାରରେ ମାଷ୍ଟରକ୍ୟାଣ୍ଟିନକୁ ବୁଲି ଯାଇଥିଲେ। ସେଠାରେ ଆୟୁଷ୍ମାନ ଏବଂ ତାଙ୍କର ଅନ୍ୟ ସାଙ୍ଗମାନେ ମଧ୍ୟ ଥିଲେ ସେମାନଙ୍କୁ ଆୟୁଷ୍ମାନ ଉଦିତ ତାର ସାଙ୍ଗ ବୋଲି ପରିଚୟ ଦେଇଥିଲା !ତାପରେ ସମସ୍ତେ ମିଶିକି ମଞ୍ଜେଶ୍ଵର ସ୍ଥିତ ହୋଟେଲ ଟାଉନ୍ ହାଉସକୁ ଯାଇଥିଲେ !ଏହା। ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ। ପୀଡିତା କହିବା ଅନୁଯାୟୀ ସେ ମଦ୍ୟପାନ କରିବନି ବୋଲି ମନା କରିଥିଲା ! ତେଣୁ ଉଦିତ କୋଲଡ୍ରିଂକ୍ସ ଆଣିଦେଇଥିଲେ ! କୋଲଡ୍ରିଂକ୍ସ ପିଇବାପରେ ତାଙ୍କ ମୁଣ୍ଡ ବୁଲାଇଥିଲା ତେଣୁ ସେ ସେଠାରେ ଶୋଇଯାଇଥିଲେ ! ସୂଚନା ଅନୁଯାୟୀ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେବା ପରେ ତାଙ୍କ ମୁଣ୍ଡ ବୁଲେଇଥିଲା । ସେ ଘରକୁ ଯିବାକୁ ଚେଷ୍ଟା କରିବାରୁ ଉଦିତ ଓ ଅନ୍ୟମାନେ ତାଙ୍କୁ ଛାଡ଼ି ନ ଥିଲେ । ତାଙ୍କୁ ନିଶା ହୋଇଯିବ ପରେ ଉଦିତ ତାଙ୍କୁ ବଳାତ୍କାର କରିଥିଲେ। ପ୍ରାୟ ୩୦ମିନିଟ ପରେ ତାଙ୍କ ହୋସ ଖୋଲିବାରୁ ଏ ବିଷୟରେ ସେ ଜାଣିପାରିଥିଲେ। ଉଦିତ ତାଙ୍କୁ ଧମକ ଦେବାରୁ ସେ ଚୁପ ରହିଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ନାରୀଙ୍କୁ ନ୍ୟାୟ ଦେବା ଅଭିଯାନ ଚାଲିଥିବା ବେଳେ ପୀଡ଼ିତା ସାହସ କରି ଏତଲା ଦେଇଛନ୍ତି ବୋଲି ଜଣାଇଛନ୍ତି। ରବିବାର ରାତି ୮ଟା ୩୦ରେ ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରିବା ସହ ଉଦିତଙ୍କୁ ଉଠାଇ ଆଣିଥିଲା ମଞ୍ଚେଶ୍ୱର ପୋଲିସ.


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page