ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ୍ ସାମ୍ବାଦିକଙ୍କ ମୃତ୍ୟୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ୍ ସାମ୍ବାଦିକଙ୍କ ମୃତ୍ୟୁ, ୨ଟି ବାଇକରେ ଆସି କାର ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଚୋଟ ପକାଇଥିଲେ ୫ ଜଣ ଦୁର୍ବୃତ୍ତ ୱେବ ସାମ୍ବାଦିକଙ୍କୁ ଆକ୍ରମଣ ।
ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ ସାମ୍ବାଦିକ ଚିନ୍ତାକାଏଲା ନରେଶଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଖବର ମାଲକାନଗିରିରୁ ଆସିଛି । ମିଳିଥିବା ସୂଚନା ମୁତାବକ, ମୋଟୁ ମୁରଲିଗୁଡା ଠାରେ ସାମ୍ବାଦିକଙ୍କୁ କାରକୁ ଅଟକାଇ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ।୨ଟି ବାଇକରେ ଆସି ୫ ଜଣ ଦୁବୃର୍ତ୍ତ ଆକ୍ରମଣ କରିଥିଲେ । କାରକୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଚିନ୍ତାକାଏଲାଙ୍କୁ ହସ୍ପିଟାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗାଧୋଇବା ବେଳେ ଅଘଟଣ :
ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ