ଏମ୍ସ ବର୍ଣ୍ଣ ୱାର୍ଡରେ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ଚିକିତ୍ସା ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପୀଡିତାଙ୍କ ବାପା ।ସ୍ବୟଂଶାସିତ ମହାବିଦ୍ୟାଳୟରେ ହୃଦୟ ବିଦାରକ ଘଟଣା । ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି । ବର୍ତ୍ତମାନ ସେ ଏମ୍ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏ ନେଇ ଏମ୍ସ ଚିକିତ୍ସାଧିକାରୀ କହିଛନ୍ତି, ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି । ୧୨ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି । ଶରୀରର ୯୦ ପ୍ରତିଶତରୁ ଅଧିକ ଜଳିଯାଇଛି । ତାଙ୍କୁ ୭୨ଘଣ୍ଟା ନିରୀକ୍ଷଣରେ ରଖାଯିବ । ଚେତା ଫେରିବା ପରେ ଯାହା କିଛି କହିହେବ । ଅପରପକ୍ଷେ ରାଜ୍ୟ ସରକାର ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି ।

ଗାଧୋଇବା ବେଳେ ଅଘଟଣ :
ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ