ଅଭିନେତ୍ରୀ ଶେଫାଳି ସୁନ୍ଦର ଦିଶିବା ପାଇଁ ଖାଉଥିବ ଔଷଧ ନେଇଛି ଜାବନ

କାଳ ହେଲା ମେଡିସିନ୍ । ସୁନ୍ଦର ଦିଶିବା ପାଇଁ ଖାଉଥିବା ମାତ୍ରାଧିକ ଔଷଧ ନେଇଛି ଜାବନ । ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ତାଙ୍କ ଘରୁ ଜବତ ବାକ୍ସରୁ ମିଳିଛି ସାଂଘାତିକ ସୁରାକ୍ ।

ଶେଫାଳୀ ଙ୍କୁ କିଏ ବା ନା ଜାଣିଚି ୨୦୦୨ ମସିହାରେ ମ୍ୟୁଜିକ୍ ଭିଡିଓ ‘କାଣ୍ଟା ଲଗା’ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ମଡେଲ୍ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁ ଶୁକ୍ରବାର, ଜୁନ୍ ୨୭ ତାରିଖରେ ହୃଦ୍‌ଘାତ ହେତୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା।
ଯଦିଓ ଏଯାଏ ତାଙ୍କର ଶରୀର ବ୍ୟବ‌ଚ୍ଛେଦ ରିପୋର୍ଟ ହସ୍ତଗତ ହୋଇନାହିଁ; ତଥାପି ପ୍ରାରମ୍ଭିକ ତଦନ୍ତରୁ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ‌ହୋଇଥିବା ଅନୁମାନ କରାଯାଉଛି।

ଏବେ ଏକ ନୂଆ କଥା ଜାଣିବାକୁ ମିଳିଛି ଯେ, ଶେଫାଳୀ ଚର୍ମ ଚିକ୍କଣ କରିବା ସହ ବୟସ କମ୍ ଦେଖାଯିବା ପାଇଁ ଆଣ୍ଟି-ଏଜିଂ ଔଷଧ ବ୍ୟବହାର କରୁଥିଲେ। ଜବତ ବାକ୍ସରେ ଆଣ୍ଟି-ଏଜିଂ ମେଡିସିନ୍ ଓ ସ୍କିନ୍ ଗ୍ଲୋ ଔଷଧ ରହିଥିଲା । ସେପଟେ ଡାକ୍ତର କହିଛନ୍ତି ଶେଫାଳୀ ମୃତ୍ୟୁ ଦିନ ଉପବାସ କରିଥିଲେ। ଖାଲିପେଟରେ ଓୌଷଧ ଖାଇଥିଲେ ତେଣୁ ତାଙ୍କ ରକ୍ତଚାପ ହ୍ରାସ ହୋଇ ହୃଦ୍‌ଘାତର ଶିକାର ହୋଇଥାଇପାରନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଜୁନ୍ ୨୭ ତାରିଖ ରାତିରେ ‌ଶେଫାଳିଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା।

ତାଙ୍କ ସ୍ୱାମୀ ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ସେ ‘ବିଗ୍ ବସ୍ ୧୩’ ଓ ‘ନାଚ୍‌ବଲିୟେ’ ସମେତ ବିଭିନ୍ନ ହିନ୍ଦୀ ରିୟଲିଟି ସୋ’ରେ ଭାଗ ନେଇଥିଲେ। ଜରିୱାଲା ୯୦ ଦଶକର ଡ୍ୟାନ୍ସ ନମ୍ବର ‘କାଣ୍ଟା ଲଗା’ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।

shefalijariwala , paragtyagi , pinkvilla , viral , trending , bollywood , ShefaliJariwala , tragicdeath , heartissues , medicine , healthrisk

bollywood , fblifestyle , bollywood , bollywoodbubble , rip , bollywoodbubbletelly , trending

Leave a Comment