ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି ପାଇଁ ଗର୍ଜିଲା କଂଗ୍ରେସ

Talk Always Truth

ଚଳିତ ଥର ରଥଯାତ୍ରା ସମୟରେ ଏମିତି କିଛି ଘଟଣା ଘଟିଛି ତାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ବାସ ଭବନସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ରାଜଧାନୀରେ ଯୁବ କଂଗ୍ରେସ ଗର୍ଜନ କରିଛି | କାହିଁକି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡ଼ିପାରିଲା ନାହିଁ। ପୁଣି ତା ପରଦିନ ବି ଶରଧାବାଲିରେ ପ୍ରବଳ ଭିଡ ଯୋଗୁ ଦଳାଚକଟା ହୋଇ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲା। ସେଠିପାଇଁ ଯୁବକଂଗ୍ରେସ ଙ୍କର ଦାବି ରହିଛି ଯେ କେମିତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦେବେ ସେଠି ପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛି।

ଏଜି ଛକରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ବାହାରିଥିଲେ ଯୁବକଂଗ୍ରେସ । ପୁଲିସ ବ୍ୟାରିକେଡ୍‌ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ କିଛି ଦୂରରେ ଧାରଣା‌ରେ ବସି ନାରାବାଜି କରିଥିଲେ। ଏତିକିବେଳେ ପୁଲିସ ବଳ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। କିଛି ସମୟ ଠେଲାପେଲା ‌ହେବା ପରେ ପୁଲିସ ଆନ୍ଦୋଳକାରୀଙ୍କୁ ଭ୍ୟାନ୍‌ରେ ଉଠାଇନେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏଥର ରଥଯାତ୍ରାରେ ହୋଇଥିବା ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ଏହା ସମ୍ପୂର୍ଣ୍ଣ ମନୁଷ୍ୟକୃତ ଏବଂ ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ। ୧୫,୦୦୦ ଭିଭିଆଇପି କର୍ଡନ୍‌ ପାସ୍‌ ହିଁ ଭିଡ଼ର କାରଣ ଥିଲା। ଭିଭିଆଇପିଙ୍କ ଭିଡ଼କୁ ପୁଲିସ ନିୟନ୍ତ୍ରଣ କରିପାରିନଥିଲା। ତେଣୁ ପୁଲିସ ଓ ପ୍ରଶାସନର ଅବହେଳାରୁ ୧୦ଜଣଙ୍କ ଜୀବନ ଗଲା ଓ ୧୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହେଲେ। ଉଦ୍‌ବେଗର ବିଷୟ ‌ଆହତ ଅବସ୍ଥାରେ ଶ୍ରଦ୍ଧାଳୁମାନେ କଲବଲ ହୋଇ ସହାୟତା ମାଗୁଥିଲେ ବି ପୁଲିସ ଶୁଣି ନଥିଲା। ସେଠିପାଇଁ ଯୁବକଂଗ୍ରେସ ରାସ୍ତା ଉପରକୁ ଓଲ୍ହାଇ ଆସିଛନ୍ତି |


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page