ଏମିତି ଅ’ଣ ପାଇଁ କହିଲେ ଆଇନ ମନ୍ତ୍ରୀ ବିରୋଧୀ ଦଳର ନେତକୁ

Talk Always Truth

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଗତକାଲି ପୁରୀରେ ରଥ ଟଣାରେ ବିଳମ୍ବ ସହ ପ୍ରଭୁ ଜଗନ୍ନାଥଙ୍କ ନନ୍ଦଘୋଷ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟନ ଉପରେ ରାଜ୍ୟ ସରକାର ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟ ସରକାରରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,

ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ, ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା। କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଥିଲା। ସେହିପରି ଅନୁକୂଳ ପାଗ ଯୋଗୁଁ ରଥଯାତ୍ରାରେ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆଶା ଅନୁସାରେ ଏଥର ଅଧିକ ଲୋକ ହୋଇଥିଲେ। ବିଧି ରକ୍ଷା କରି ନନ୍ଦିଘୋଷ ରଥ ଟଣା ଯାଇଥିଲା। 

ଗତକାଲି ତିନି ରଥ ଟଣାରେ ବିଳମ୍ବ ସହ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ହିଁ ଛିଡା ହୋଇ ରହିବା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି। ନବୀନ ଉଲ୍ଲେଖ କରିଛନ୍ତି, ‘ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page