ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆସୁଛି ଆଉ ୨ଟି ଲଘୁଚାପ

Talk Always Truth

ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଆଜି ଅର୍ଥାତ୍‌ ଶନିବାର ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ରାଜ୍ୟରେ ଜୁଲାଇ ୪ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଉ ୨ଟି ଲଘୁଚାପ ଆସୁଛି। ଏ ନେଇ ରାଜ୍ୟରେ ବର୍ଷା ଲାଗିରହିବ। ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରିଛି ପାଣିପାଗ ବିଭାଗ। ଅଧିକ ବର୍ଷା ନେଇ ବହୁ ଜିଲାକୁ ଅରେଞ୍ଜ, ଏବଂ ୟେଲୋ ୱାର୍ନିଂ ଜାରି କରାଯାଇଛି।

ଏହି ଜିଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜ। ଏନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ତେବେ ବଜ୍ରପାତ ଓ ଝଟ୍‌କା ପବନ ନେଇ ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page