ଭାଇ ଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଶ୍ରୀଜିଉ

Talk Always Truth

ସରିଲା ରଥଟଣା । ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ । ଶରଧାବାଲିରେ ପହଞ୍ଚିଲେ ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଭାଇ ଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିରରେ କାଳିଆ, ବଳିଆ, ସୁଭଦ୍ରା । ପ୍ରଥମେ ତାଳଧ୍ୱଜ ଏବଂ ଦର୍ପଦଳନ ଶରଧାବାଲିରେ ପହଞ୍ଚିବା ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଦର୍ଶନ ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଏବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପରୂପ ଦୃଶ୍ୟ ଦେଖି ବିମୋହିତ ହୋଇପଡୁଛନ୍ତି।

ଶୁକ୍ରବାର ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଅଟକି ରହିଥିବାବେଳେ ଶନିବାର ସକାଳେ ଗଡ଼ିଥିଲା ମହାବାହୁଙ୍କ ରଥ। ଘଣ୍ଟ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇପଡ଼ିଥିଲା।  ଶ୍ରୀଗୁଣ୍ଡିଚାରେ ମହାବାହୁଙ୍କ ରଥ ଅଳ୍ପ ଗଡ଼ି ଅଟକି ରହିଥିଲା। ରାତି ହୋଇଯାଇଥିବାରୁ ରଥଟଣା ବନ୍ଦ କରାଯାଇଥିଲା।

ଅନ୍ୟପଟେ ମହାବାହୁଙ୍କ ରଥ ବିଳମ୍ବରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ଯେଉଁ କାରଣରୁ କର୍ଡନ ଭିତରକୁ ଭକ୍ତମାନେ ପଶିଆସିଥିଳେ। ସେମାନଙ୍କୁ ବାହାର କରାଯିବା ପରେ ରଥ ଟଣାଗଲା।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page