socialtalknews

ରଥଯାତ୍ରା ପାଇଁ ସୁରକ୍ଷାରେ ପୁରୀ ସହର ; ଆକାଶ ମାର୍ଗରୁ ନଜର ରଖିଛି AI ସିସିଟିଭି

ରଥଯାତ୍ରା ପାଇଁ ସୁରକ୍ଷାରେ ପୁରୀ ସହର ; ଆକାଶ ମାର୍ଗରୁ ନଜର ରଖିଛି AI ସିସିଟିଭି

ରଥଯାତ୍ରା ପାଇଁ ସୁରକ୍ଷାରେ ପୁରୀ ସହର ; ଆକାଶ ମାର୍ଗରୁ ନଜର ରଖିଛି AI ସିସିଟିଭି

ରାତି ପାହିଲେ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତାକାଲି ହେଉଛି ବିଶ୍ୱପ୍ରସିଦ୍ଧ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଘୋଷଯାତ୍ରା | ରଥଯାତ୍ରା ପାଇଁ ଚାଲିଛି କେତେ ପ୍ରସ୍ତୁତି କେତେ ଆୟୋଜନ । ରଥକାମ ସରିଥିବା ବେଳେ ଆଜି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣାଯିବ।

ସେପଟେ ରଥଯାତ୍ରା ପାଇଁ  ଆକାଶମାର୍ଗରୁ ନଜର ରହିଛ ପୁରୀ ସହର ଉପରେ | ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ। ଭୁବନେଶ୍ୱର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷଣ ନଜର ରଖିଛନ୍ତି। ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ। ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More