ଅପେକ୍ଷା ର ଅନ୍ତ ଘଟିଲା ଏବଂ ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଭାରତ ପାଇଁ ଆଜି ଗର୍ବର ଓ ଗୌରବର ଦିନ । ମହାକାଶକୁ ଉଡାଣ ଭରି ଭାରତ ପାଇଁ ଇତିହାସ ରଚିଛନ୍ତି ଶୁଭାଂଶୁ । ୪୧ ବର୍ଷ ପରେ ମହାକାଶ ଗଲେ ୨ୟ ଭାରତୀୟ ।
ତେବେ ଭାରତୀୟ ସମୟ ଠିକ୍ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତକ୍ଷେପଣ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ।
ପୂର୍ବରୁ ୫ ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ। ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ ।