୨ ଦିନିଆ ରିମାଣ୍ଡରେ ଗଣଦୁଷ୍କର୍ମ ଅଭିଯୁକ୍ତ ଙ୍କୁ ନେଲା ସିବିଆଇ

Talk Always Truth

ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ୬ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଲେ କୋର୍ଟ । ଏଥିପାଇଁ ବ୍ରହ୍ମପୁର SDJM ଅନୁମତି ଦେଇଛନ୍ତି । ଆଜି ୨ ଦିନିଆ ରିମାଣ୍ଡରେ ୬ ଜଣଙ୍କୁ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ବ୍ରହ୍ମପୁର ଜେଲରେ ୬ ଅଭିଯୁକ୍ତଙ୍କ ହୋଇଥିଲା ଟିଆଇ ପରେଡ୍ । ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ । ମାମଲାର ତ୍ଵରିତ ଫଇସଲା ପାଇଁ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ । ଅଭିଯୁକ୍ତ କୁନାଲ ପ୍ରଧାନ, ବାବୁରାମ ଦଳାଇ, ଲକ୍ଷ୍ମଣ ପ୍ରଧାନ, ଓମ୍ ପ୍ରଧାନ, ଦୀପକ ତରାଇ ଓ ପ୍ରମୋଦ ନାୟକଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଗୋପାଳପୁର ବେଳାଭୂମିରେ କଣ କଣ ସବୁ ଘଟିଥିଲା ? କେଉଁ ପରିସ୍ଥିତି ଏଭଳି ଅଭାବନୀୟ ଘଟଣା ଘଟିଲା ? ଅଭିଯୁକ୍ତମାନଙ୍କ ବିରୋଧରେ ଠୋସ୍ ପ୍ରମାଣ ଯୋଗାଡ ପାଇଁ କ୍ରାଇମବ୍ରାଞ୍ଚ କରିବ କସରତ । ଏହି ମାମଲାରେ ୪ ନାବାଳକଙ୍କ ସମେତ ୧୦ ଜଣଙ୍କୁ ଧରିଥିଲା ପୋଲିସ ।

ସେମାନଙ୍କ ମଧ୍ୟରେ ୬ ଜଣଙ୍କୁ ଗତ କିଛି ଦିନ ପୂର୍ବେ ଜେଲ ଭିତରେ ପାଡିତା ଟିଆଇ ପରେଡରେ ଚିହ୍ନଟ କରିଥିଲେ । ମାମଲାର ତ୍ବରିତ ଫଇସଲା ପାଇଁ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। କେବଳ ସେତିକି ନୁହେଁ, ମାମଲା ପରିଚାଳନା ପାଇଁ ସ୍ୱତନ୍ତ୍ର ତଥା ଜଣେ ଅଭିଜ୍ଞ ସରକାରୀ ଓକିଲଙ୍କୁ ନିୟୋଜିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ। ସୂଚନାଯୋଗ୍ୟ, ରଜରେ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page