ଯୁଦ୍ଧ ଭୂମିରୁ ନିଜ ଦେଶରେ ପହଞ୍ଚିବା ପରେ ଶାନ୍ତିରେ ନିଃଶ୍ବାସ ମାରିଲେ ଭାରତୀତ । ଆଉ ତ୍ରିରଙ୍ଗା ଲହରାଇ ଗର୍ବର ସହ କହିଲେ ଆମେ ଭାରତୀୟ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟ ଯେତେବେଳେ ନିଜ ମାଟିକୁ ଫେରି ଆସିଛନ୍ତି ସେତେବେଳେ ସତେକି ଯେମିତି ତାଙ୍କୁ ନୂଆ ଜୀବନଟେ ମିଳିଯାଇଛି । ନୁହେଁ ବା କେମିତି- ଯୁଦ୍ଧ ଭୂମିରେ ରହି ଜୀବନକୁ ସୁରକ୍ଷିତ କରିବା ମୁସ୍କିଲ ଆଉ ଏପରି ସ୍ଥଳରେ ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆ ଆଶା ପାଲଟିଛି ଏହି ଅପରେସନ ସିନ୍ଧୁ । ସତେକି ଯେମିତି ଗୋଟେ ପରେ ଗୋଟେ ଯୁଦ୍ଧ ଭୂମିରୁ ଫେରୁଛି ଜୀବନ ।
ସେହିପରି ୧୬୧ ଜଣଙ୍କୁ ନେଇ ଇସ୍ରାଏଲରୁ ମଧ୍ଯ ଏକ ସ୍ବତନ୍ତ୍ର ବିମାନ ଦିଲ୍ଲୀରେ ପହଞ୍ଚିଛି । ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକ ନିଜ ମାଟିକୁ ଫେରିବା ପରେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଇସ୍ରାଏଲରୁ ଫେରିଥିବା ଭାରତୀୟ ନାଗରିକ ଅରବିନ୍ଦ ଶୁକ୍ଳା କୁହନ୍ତି, ମୁଁ ମୁଁ ଗତ ବର୍ଷ ସେପ୍ଟେମ୍ବରରେ ସେଠାକୁ ଯାଇଥିଲି । ସେଠାରେ ଏବେ ପରିସ୍ଥିତି ଭାଲ ନାହିଁ । ଆମେ ଆମ ମୁଣ୍ଡ ଉପରେ କ୍ଷେପଣାସ୍ତ୍ର ଯାଉଥିବାର ଦେଖିଛୁ । ସେଠାରେ ପ୍ରତି ମୁହୂର୍ତ୍ତ ଭୟଙ୍କର । ଆମେ ହଷ୍ଟେଲରେ ରହୁ, ସାରା ରାତି ସାଇରନ ଶୁଣୁ । ଭୟ ଲାଗେ, ମିସାଇଲ୍ ମାଡ ହେବା ପୂର୍ବରୁ ଆମେ ବଙ୍କରକୁ ଦୌଡ଼ି ପଳାଉ ।