socialtalknews

ବୌଦ୍ଧ ରେ ହେବ ଆଜି ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ବୌଦ୍ଧ ରେ ହେବ ଆଜି ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ବୌଦ୍ଧ ରେ ହେବ ଆଜି ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜିଠାରୁ ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି ।

ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି। ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୁରୁଣା ସ୍ୱପ୍ନ । ଭକ୍ତମାନେ ସୁବିଧାରେ ଭୈରବୀ ମନ୍ଦିରକୁ ଯାଇପାରିବେ । ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ଏହି ରେଳ ସେବା । ଉଦଘାଟନକୁ ପ୍ରତୀକ୍ଷା କରିଛନ୍ତି ବୌଦ୍ଧବାସୀ ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More