ଇରାନ ପରମାଣୁ ଅସ୍ତ୍ର ରଖିପାରିବନି

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ୫୧ତମ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଏକାଠି ହୋଇଥିବା ‘ଗ୍ରୁପ୍ ଅଫ୍ ସେଭେନ୍’ (ଜି୭)ର ନେତାମାନେ ଏକ ମିଳିତ ବିବୃତି ଜାରି କରି କହିଛନ୍ତି ଯେ ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ |

 ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ୫୧ତମ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଏକାଠି ହୋଇଥିବା ‘ଗ୍ରୁପ୍ ଅଫ୍ ସେଭେନ୍’ (ଜି୭)ର ନେତାମାନେ ଏକ ମିଳିତ ବିବୃତି ଜାରି କରି କହିଛନ୍ତି ଯେ ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ। ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ରମାନେ ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାରକୁ ଦୋହରାଇଛନ୍ତି। ଇରାନ ସଙ୍କଟର ସମାଧାନ ଦ୍ୱାରା ଗାଜାରେ ଅସ୍ତ୍ରବିରତି ସମେତ ମଧ୍ୟପ୍ରାଚ୍ୟରେ ଶତ୍ରୁତା ବ୍ୟାପକ ଭାବେ ହ୍ରାସ ପାଇବ ବୋଲି ସେମାନେ କହିଛନ୍ତି।

ଇସ୍ରାଏଲ ଓ ଇରାନ ମଧ୍ୟରେ ଜୋରଦାର ସଂଘର୍ଷ ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ତେହେରାନ ତୁରନ୍ତ ଖାଲି ହେବା ଉଚିତ ବୋଲି ଘୋଷଣା କରିବା ପରେ ମଧ୍ୟପ୍ରାଚ୍ୟ ସଙ୍କଟ ଅତି ଗମ୍ଭୀର ରୂପ ନେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ସାମିଲ ହେବାକୁ ଆଜି କାନାଡାର  ଆଲବର୍ଟା ପ୍ରଦେଶର କାନାନାସ୍କିସରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସ୍ବାଗତ କରିଛନ୍ତି।  ପ୍ରଧାନମନ୍ତ୍ରୀ ଆଜି ଦକ୍ଷିଣ କୋରିଆ ଓ ମେକ୍ସିକୋ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି।    ଜର୍ମାନୀ, କାନାଡା, ଇଟାଲୀ ଏବଂ ୟୁକ୍ରେନର ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି।  

Leave a Reply

Your email address will not be published. Required fields are marked *

You cannot copy content of this page