ଝାଡ଼ାବାନ୍ତି ନେଇ ଲୋକସେବା ଭବନରେ ବସିଛି କେନ୍ଦ୍ରୀୟ ଟିମର ବଡ଼ ବୈଠକ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ ଝାଡାବାନ୍ତି ସ୍ଥିତି ସାମାନ୍ୟ କମିଥିଲେ ବି ଏଥିରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିନି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥିତିକୁ ଦେଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯେତିକି ନମୁନା ପରୀକ୍ଷା ହୋଇଥିଲା ତା ମଧ୍ୟରୁ ୧୦ ପ୍ରତିଶତରେ କଲେରା ଜୀବାଣୁ ଚିହ୍ନଟ ହୋଇଛି।  ହସପିଟାଲ୍ ଆସୁଥିବା ନୂଆ ରୋଗୀଙ୍କ ପାଖରେ ବି ଲକ୍ଷଣ ସମାନ ରହୁଛି। ଗତକାଲି ମୁଖ୍ୟ ଶାସନ ସଚିବ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଥିଲେ । ଗ୍ରାଉଣ୍ଡ ଭିଜିଟ୍ କରିଥିବା କେନ୍ଦ୍ରୀୟ ଟିମ୍ ସହ ଆଜି ବୈଠକରେ ସ୍ଥିତି ବାବବଦରେ ଆଲୋଚନା କରୁଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ଗାଁ ଗାଁରେ ବିଶୋଧନ ପ୍ରକିୟା ଜାରି ରହିବା ସହ ମାଇକ୍ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି।

Leave a Reply

Your email address will not be published. Required fields are marked *

You cannot copy content of this page