ଗୁହାରି କଲେ ପିହୁ :
୭ ଦିନରେ ପିହୁ ନମିଳିଲେ ଧାରଣାରେ ବସିବାକୁ ଦେଲେ ଚେତାବନୀ
ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପିହୁକୁ ଖୋଜିବାକୁ ନିବେଦନ କରିଛନ୍ତି ନିଖୋଜ ପିହୁର ମାଆ । କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ବିତିଲାଣି ।
ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପିହୁକୁ ଖୋଜିବାକୁ ନିବେଦନ କରିଛନ୍ତି ନିଖୋଜ ପିହୁର ମାଆ । କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ବିତିଲାଣି । ହେଲେ ଏପର୍ୟ୍ୟନ୍ତ ପିହୁର କୌଣସି ପତ୍ତା ମିଳୁନି । ୭ ଦିନ ଭିତରେ ଝିଅକୁ ଖୋଜି ଆଣିବାପାଇଁ ଅନୁରୋଧ କରିଛନ୍ତି ।
ନ୍ୟାୟ ନମିଳିଲେ ୮ ତାରିଖରୁ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ପିହୁର ମାଆ ମୋନାଲିସା । ଏହା ପୂର୍ବରୁ ବିଭିନ୍ନ ଫୋରମକୁ ଯାଇ ଅନୁରୋଧ କରିଛନ୍ତି ମୋନାଲିସା । ଅନେକ ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି । ହେଲେ ଏବେ ବି ଝିଅର କୌଣସି ଖୋଜ ଖବର ମିଳିପାରୁନି । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର କୁନିଝିଅ ପିହୁ ଅପହରଣ ଘଟଣାକୁ ଏହା ଭିତରେ ୫ ବର୍ଷ ବିତିଗଲାଣି ।