
ସାମ୍ବାଦିକ ନୁହେଁ ବରଂ ଆତଙ୍କୀ ବୋଲି କହିଛି ଇଦଫା :
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଗାତାର ଯୁଦ୍ଧ ଲାଗି ରହିଛି । ଏହି ଇସ୍ରାଏଲ ଏବଂ ହମାସ ଆକ୍ରମଣରେ ୫ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଅଲ-ଶିଫା ହସ୍ପିଟାଲ ନିକଟରେ ପ୍ରେସ୍ ପାଇଁ ହୋଇଥିବା ଏକ ତମ୍ବୁକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ କରିଥିଲା ।
ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ଗାଜାର ଅଲ୍-ଶଫା ହସ୍ପିଟାଲର ମୁଖ୍ୟ ଗେଟ୍ ବାହାରେ ଥିବା ତମ୍ବୁ ଉପରେ ଇସ୍ରାଏଲ ଆକ୍ରମଣ କରିବାରୁ ୭ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ୫ ଜଣ ସାମ୍ବାଦିକ ଥିଲେ । ମୃତକ ହେଲେ ମହମ୍ମଦ କରେଇକେ, ଇବ୍ରାହିମ୍ ଜାହିର, ମହମ୍ମଦ ନୌଫାଲ୍ ଏବଂ ମୋଆମିନ୍ ଅଲିୱା ଥିଲେ ।
ଅଲ-ଶରିଫ ତାଙ୍କ ଶେଷ ପୋଷ୍ଟରେ ଲେଖିଛନ୍ତି ଯେ, ’’ଯଦି ମୋର ଏହି କଥାଗୁଡ଼ିକ ତୁମ ପାଖରେ ପହଞ୍ଚେ, ତେବେ ଜାଣ ଯେ ଇସ୍ରାଏଲ ମୋତେ ହତ୍ୟା କରିବାରେ ଏବଂ ମୋ ସ୍ୱରକୁ ଦମନ କରିବାରେ ସଫଳ ହୋଇଛି । କିନ୍ତୁ ଗାଜାକୁ ଭୁଲିଯାଅ ନାହିଁ ’’। ଏହାରି ମଧ୍ୟରେ ଇସ୍ରାଏଲ ସେନାବାହିନୀ ଅଲ-ଶରିଫଙ୍କୁ ଆତଙ୍କୀ ବୋଲି କହିଛନ୍ତି । ଯିଏ କି ନିଜକୁ ସାମ୍ବାଦିକର ପରିଚୟ ଦେଉଥିଲେ । ପ୍ରକୃତରେ ସେ ହମାସ ଆତଙ୍କବାଦୀର ମୁଖ୍ୟ ଥିଲେ ଏବଂ ଇସ୍ରାଏଲ ନାଗରିକଙ୍କ ସମେତ IDF ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ !