୨୫ ଜୁନ ଏମର୍ଜେନ୍ସିର ପଛର କାହାଣୀ

Talk Always Truth

ଆଜି ହେଉଛି ଜୁନ ୨୫ , ୨୦୨୫ ଏହି ଜୁନ ୨୫ ତାରିଖରେ ଯାହା ଦେଶର ରାଜନୀତିକୁ ବଦଲାଇଦେଇଛି ଆଜି ଠାରୁ ଠିକ ୫୦ ବର୍ଷ ର ତଳର କଥା ଏଇ ଜୁନ ୨୫ ରେ ଭାରତରେ ଲାଗିଥିଲା ଜରୁରୀ କାଳୀନ । ଏହି ଜୁରୁରୀ ପରିସ୍ଥିତିକୁ 50 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବିଧାନର ନୀତିଗୁଡ଼ିକୁ ସୁଦୃଢ଼ ​​କରିବା ଏବଂ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଏକାଠି କାମ କରିବାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏଇ ଜୁନ ୨୫ ରେ ଭାରତରେ ଲାଗିଥିଲା ଜରୁରୀ କାଳୀନ । ଏଥିପାଇଁ ୧୯୭୫ ଜୁନ୍ ୨୫ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଜନୈତିକ ଅସ୍ଥିରତା ପାଇଁ ତାଙ୍କର ଏକ ଛତ୍ରବାଦୀ ମାନସିକତା ଯୋଗୁ ଦେଶରେ ଜରୁରୀ କାଳୀନ ଲାଗୁ କରି ଭାରତରେ ଗଣତନ୍ତ୍ରକୁ ହତ୍ୟା କରିଥିଲେ ଏବଂ ସମଗ୍ର ଦେଶରେ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି କରଥିଲେ । ଏଥିଯୋଗୁ ଲକ୍ଷ ଲକ୍ଷ ଲୋକଙ୍କୁ ବିନା କାରଣରେ ଜେଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଏହାପରେ ଇନ୍ଦିରା ଗାନ୍ଧୀ ୨୬ ଜୁନ ରେ ଅଲ ଇଣ୍ଡିଆ ରେଡିଓ’ରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏମର୍ଜେନ୍ସି ସ୍ଥିତି ଜାରି କରାଯାଉଥିବା ନେଇ ଘୋଷଣା କରିଥିଲେ । ଜରୁରୀ କାଳୀନ ସମୟରେ ଅନେକ ଜିନିଷ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା ।


ଆଜି ମଧ୍ୟ ସେହି ତାରିଖକୁ ଆମେ ମନେ ରଖୁଛୁ, ଯେତେବେଳେ ଭାରତୀୟଙ୍କ ମୌଳିକ ଅଧିକାର ଛଢ଼ାଇ ନିଆଯାଇଥିଲା । ଆମେ ସେହି କରୁରୀକାଳୀନ ପରିସ୍ଥିତି, ସେହି ଏକଛତ୍ରବାଦ, ସେହି ଅନ୍ଧାରକୁ ଭୁଲିପାରିବୁ ନାହିଁ। ଏଥିପାଇଁ ୨୦୨୪ ରୁ ନରେନ୍ଦ୍ର ମୋଦି ସରକାର ଜୁନ ୨୫ କୁ ସବୁବର୍ଷ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରି ଆସୁଛନ୍ତି ।
ଆଜି, ଆସନ୍ତୁ ମିଳି ମିଶି ଆମେ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଆମର ସଂକଳ୍ପକୁ ଦୃଢ଼ କରିବା ଏବଂ ପ୍ରତିଜ୍ଞା ନେବା ପେ ଆମେ ଆଉ କେବେ ଏପରି ଅରାଜକ, ଅଗଣତାନ୍ତ୍ରିକ ଏବଂ ଅହଂକାରୀ ଶକ୍ତିକୁ ଭାରତ ଭୂମିରେ କ୍ଷମତାକୁ ଆସିବାକୁ ଦେବା ନାହିଁ। ଆମର ସମ୍ବିଧାନ ଏବଂ ଗଣତନ୍ତ୍ର ଅମର ରହୁ ଆମେ ସର୍ବଦା ଏଥିପାଇଁ ଉତ୍ସର୍ଗୀକୃତ ରହିବା।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page