By -SUBHASMITA ସେପ୍ଟେମ୍ବର 25 2025
ଭୁବେନେଶ୍ୱର :ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟରେ ଆଦିବାସୀଙ୍କ ଉନ୍ନତି ପାଇଁ ୨୨ଟି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟ କରୁଛି। ସେଥିରୁ ୧୧ଟି ଆଇଟିଡିଏର କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ୨୦୧୮ରୁ ୨୦୨୩ ମଧ୍ୟରେ ଏହି ୧୧ଟି ସଂସ୍ଥାକୁ ମୋଟ ୧୭୦୯ କୋଟି ୪୭ ଲକ୍ଷ ଟଙ୍କା ପାଠାଯାଇଥିଲା।
ସମୀକ୍ଷାରୁ ଜଣାପଡିଛି ଯେ ଏଥିରୁ ୩୦% ଟଙ୍କା, ଅର୍ଥାତ ୫୧୯ କୋଟି ୩ ଲକ୍ଷ ଟଙ୍କା, ସଠିକ୍ ଭାବରେ ବ୍ୟବହୃତ ହୋଇନାହିଁ। ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ୧୧୯୦ କୋଟି ଟଙ୍କାରେ ଆଦିବାସୀଙ୍କ ଉନ୍ନତି କମ୍ ହୋଇଥିଲା, ତଥାପି କିଛି ଅଧିକାରୀଙ୍କ ପକେଟ୍ ଗରମ ହୋଇଥିଲା।
ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ଯେ ଆଇଟିଡିଏଗୁଡିକ ବାର୍ଷିକ ହିସାବ ପ୍ରସ୍ତୁତ କରିନାହାନ୍ତି, ସରକାରୀ ଟଙ୍କା ଯନ୍ତ୍ରୀଙ୍କ ଘରଭଡ଼ା ଓ ବ୍ୟକ୍ତିଗତ ଖର୍ଚ୍ଚରେ ଯାଇଛି। କିଛି ପ୍ରକଳ୍ପରେ ଟେଣ୍ଡର ବଦଳ ହୋଇ ଅଧିକାଂଶ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହୋଇଛି। ବିଭାଗୀୟ ଅଡିଟ୍ ମଧ୍ୟ ହୋଇନାହିଁ। ଏହି ୧୧ ସଂସ୍ଥାର ୮୫ ଜଣ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ନାମ ମଧ୍ୟ ରିପୋର୍ଟରେ ଉଲ୍ଲେଖିତ ହୋଇଛି।
Socialtalknews