୧୫ ମାସରେ ୧୯୯ ଦୁର୍ନୀତି ବାବୁ ଧରା : ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା, ୨୦୨ କୋଟି ଜବତ କଲା ଭିଜିଲାନ୍ସ :

By -SUBHASMITA ସେପ୍ଟେମ୍ବର 2025
ଭୁବନେଶ୍ୱର :
ଗତ ୧୫ ମାସରେ ରାଜ୍ୟ ଭିଜିଲାନ୍ସ ବିଭାଗ ମୋଟ ୧୯୯ ଜଣ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ମାମଲାରେ ଧରିଛି। ଏହି ସମୟରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୨୨ଟି ଲାଞ୍ଚ ନେବା ମାମଲା ମଧ୍ୟ ରଜିଷ୍ଟ୍ରି କରାଯାଇଛି। ମୋଟ ୨୦୨.୫୮ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇ କହିଛନ୍ତି, ୨୦୨୪ ଜୁଲାଇ ୧ରୁ ୨୦୨୫ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ୭୭ ଜଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଜବତ ସମ୍ପତ୍ତିମାନଙ୍କ ମଧ୍ୟରୁ ଅଛି ୮.୩୮ କୋଟି ନଗଦ, ୨୧୮ ଫ୍ଲାଟ, ୭୭୫ ପ୍ଲଟ, ୧୩ ଫାର୍ମହାଉସ, ୨୫.୫ କିଲୋ ସୁନା, ୪୪.୨୧ କୋଟି ବ୍ୟାଙ୍କ ଜମା ଓ ୪୩.୦୨ କୋଟି ବିମା ରାଶି।
ଗତ ୫ ବର୍ଷରେ ମୋଟ ୩,୬୬୧ଟି ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୭୨୨ଟି ମାମଲା ତଦନ୍ତାଧୀନ ରହିଛି। ଏହି ସମୟରେ ୭୮୫ ଜଣଙ୍କ ବିରୁଦ୍ଧରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିବା ସହ ୧୭୦ ଜଣଙ୍କୁ ଦଣ୍ଡିତ କରାଯାଇଛି।
ପ୍ରମୁଖ ଅଭିଯୁକ୍ତମାନଙ୍କୁ ଗିରଫ କରି ଜେଲକୁ ପଠାଯାଇଥିବା ବେଳେ କିଛିଙ୍କ ବିରୁଦ୍ଧରେ ଅଧିକ ସାକ୍ଷ୍ୟ ସଂଗ୍ରହ ହେବା ପରେ କାର୍ଯ୍ୟନୁଷ୍ଠାନ ହେବାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page