socialtalknews

୧୫ ବର୍ଷ ର ପୁରୁଣା ଗାଡ଼ି ପାଇଁ ଏବେ ନା ମିଳିବ ପେଟ୍ରୋଲ ନା ମିଳିବ ଡିଜେଲ

୧୫ ବର୍ଷ ର ପୁରୁଣା ଗାଡ଼ି ପାଇଁ ଏବେ ନା ମିଳିବ ପେଟ୍ରୋଲ ନା ମିଳିବ ଡିଜେଲ

୧୫ ବର୍ଷ ର ପୁରୁଣା ଗାଡ଼ି ପାଇଁ ଏବେ ନା ମିଳିବ ପେଟ୍ରୋଲ ନା ମିଳିବ ଡିଜେଲ

ପୁରୁଣା ଗାଡ଼ି ପାଇଁ ପେଟ୍ରୋଲ ପମ୍ପରେ ଏବେ ନାହିଁ ତେଲ । ନୂଆ ମାସ ରୁ ନୂଆ ନିୟମ କରାଯାଇଛି ଆଜିଠାରୁ ପୁରୁଣା ଯାନ ବାହନ ବ୍ୟବହାରକୁ ବନ୍ଦ କରାଯିବ | ପୁରୁଣା ଗାଡିକୁ ରୋକିବା ପାଇଁ ଦିଲ୍ଲୀରେ ଲାଗୁ ହୋଇଛି ନୂଆ ନିୟମ । ୧୫ ବର୍ଷର ପୁରୁଣା ପେଟ୍ରୋଲ ଚାଳିତ ଗାଡି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ରାସ୍ତାରୁ ହଟାଇବାକୁ ଯୋଜନା କରାଯାଇଛି । ପେଟ୍ରୋଲ ପମ୍ପରେ ଆଉ ଦିଆଯିବ ନାହିଁ ପୁରୁଣା ଗାଡି କୁ ତେଲ ଏବେ କଡାକଡି ଭାବେ ନିୟମ ପାଳନ କରାଯାଇଛି । ନିୟମ ନମାନିଲେ କାରକୁ ୧୦ ହଜାର ଏବଂ ବାଇକ୍ ପାଇଁ ୫ ହଜାର ଫାଇନ ଦେବେ । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଉପରେ ଏଭଳି ସବୁଠାରୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ ଆଗକୁ । ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ, ପରିବହନ ବିଭାଗ, ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଦିଲ୍ଲୀ ପୁଲିସ ସମେତ ଅନ୍ୟାନ୍ୟ ପ୍ରବର୍ତ୍ତନ ସଂସ୍ଥାର ଟିମ୍ ଉପସ୍ଥିତ ରହିବେ ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More