By -SUBHASMITA ସେପ୍ଟେମ୍ବର 18 2025
ଭୁବନେଶ୍ୱର, ୧୮/୯:
ପରିବେଶ ସୁରକ୍ଷା ଓ ସବୁଜ Odisha ଗଠନରେ ଇତିହାସ ଗଢିଲା ରାଜ୍ୟ । “ଏକ ପେଡ୍ ମା କେ ନାମ” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ବୁଧବାର ମାତ୍ର ୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ଲେଖାଇଲା ଓଡିଶା ।
ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆୟୋଜିତ ହୋଇଥିଲା । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ୭୫ ଲକ୍ଷ ଗଛ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନକୁ ସାରା Odisha ଉତ୍ସାହର ସହ ସ୍ୱୀକାର କରିଥିଲା । ସେଥିପାଇଁ ସରକାରୀ ବିଭାଗ, ସ୍ୱେଛାସେବୀ ସଂଗଠନ, ଛାତ୍ରଛାତ୍ରୀ ମିଶି Odisha କୁ ବିଶ୍ୱର ନଜରକୁ ଆଣିଲେ ।
ଗୋଟିଏ ଦିନରେ ୧ କୋଟି ୪୯ ଲକ୍ଷ ୧୧ ହଜାର ୩୩୯ଟି ଚାରାରୋପଣ ସହ Odisha ପୂର୍ବରୁ ମଧ୍ୟପ୍ରଦେଶ (୧୧ ଲକ୍ଷ) ଓ ଆସାମ (୯.୨୬ ଲକ୍ଷ) ସୃଷ୍ଟି କରିଥିବା ରେକର୍ଡକୁ ଭାଙ୍ଗି ଦେଇଛି ।
ସୁନ୍ଦରଗଡ଼ – ୧୪ ଲକ୍ଷରୁ ଅଧିକ
କୋରାପୁଟ – ୧୧ ଲକ୍ଷ ୧ ହଜାର ୬୨୪
କେନ୍ଦୁଝର – ୧୦ ଲକ୍ଷ ୪୨ ହଜାର ୯୨୭
ମୟୂରଭଞ୍ଜ – ୯ ଲକ୍ଷ ୧୭ ହଜାର ୬୫୯
କଳାହାଣ୍ଡି – ୭ ଲକ୍ଷ ୬୭ ହଜାର ୫୧୦
ଦେବଗଡ଼ ଜିଲ୍ଲା ୧ ଲକ୍ଷ ୩୧ ହଜାର ୮୮୫ ଗଛ ଲଗାଇ ତାଲିକାର ଶେଷରେ ରହିଛି ।
ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସମସ୍ତଙ୍କୁ କୃତଜ୍ଞତା ଜଣାଇ Odisha କୁ ଦେଶ ଓ ବିଶ୍ୱ ପାଇଁ ଏକ ପରିବେଶିକ ଦୃଷ୍ଟାନ୍ତ ବୋଲି କହିଛନ୍ତି ।
Socialtalknews