socialtalknews

୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ

୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ

୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ

୧୦୮ ଆମ୍ବୁଲାନ୍ସରେ ନା ଅଛି ଅକ୍ସିଜେନ ନା ଚାଲୁଛି ଏସି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ ସେବା । ସ୍ବାସ୍ଥ୍ୟ ପରି ଜରୁରୀକାଳୀନ ସେବାରେ ବି ଅବହେଳା । ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ । ନା ଆମ୍ବୁଲାନ୍ସରେ ଅକ୍ସିଜେନ ଅଛି ନା ଏସି ଚାଲୁଛି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ ସେବା । ଫୋନ୍‌ କଲ୍‌ ଆସିବ, ହେଲେ ଆପଣଙ୍କ ପାଖରେ ପହଞ୍ଚିପାରିବ ନାହିଁ ଆମ୍ବୁଲାନ୍ସ । ଏକଥା ଆମେ ଏମିତି କହୁନାହୁଁ , ଆମ୍ବୁଲାନ୍ସର ଅବସ୍ଥା ଦେଖି କହିବାକୁ ବାଧ୍ୟ ହେଉଛୁ । କେଉଁଠି ଆମ୍ବୁଲାନ୍ସର ଟାୟାର ନଷ୍ଟ ହୋଇଗଲାଣି ।

ପୁଣି କେଉଁଠି ଆମ୍ବୁଲାନ୍ସରେ ଏସି ଓ ଅକ୍ସିଜେନ୍‌ ଭଳି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ନାହିଁ । ଆଉ କେଉଁଠି ତ ଧକ୍କା ନମାରିଲେ ଗଡ଼ୂନି ୧୦୮ ଆମ୍ବୁଲାନ୍ସ । କିଛି କିଛି ସ୍ଥାନରେ ତ’ ବେଡ୍‌ ଦଉଡିରେ ବନ୍ଧାଯାଇଛି । ଏମିତି ଅବସ୍ଥାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତପଦା ଉପଖଣ୍ଡର ୧୦୮ ଆମ୍ବୁଲାନ୍ସ ସେବା । କପ୍ତିପଦା ଉପଖଣ୍ଡର ଉଦଳା ମୁଖ୍ୟ ଡାକ୍ତରଖାନା ସମେତ ଶ୍ରୀଦାମଚନ୍ଦ୍ରପୁର, କପ୍ତିପଦା, ଖୁଣ୍ଟା, ଶରତ ମେଡିକାଲରେ ରୋଗୀଙ୍କ ପାଇଁ ଥିବା ୧୦୮ ଆମ୍ବୁଲାନ୍ସ ସେବା ଏବେ ପୂରା ଠପ୍‌ ହୋଇପଡିଛି । ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନା ପାଇଁ ଚାଲୁଥିବା ଆମ୍ବୁଲାନ୍ସ କେବଳ ଷ୍ଟ୍ରେଚର୍‌କୁ ବାଦ୍‌ ଦେଲେ ଅନ୍ୟ କୌଣସି ସୁବିଧା ନାହିଁ । ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସର ଏପରି ଅବସ୍ଥା ହେଲେ ରୋଗ କିପରି ସ୍ବାସ୍ଥ୍ୟ ସେବା ପାଇବେ ତାହା ସବୁଠୁ ବଡ଼ ପ୍ରଶ୍ନ ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More