୧୦୫ ବର୍ଷର ବୃଦ୍ଧଙ୍କୁ ଅଟୋରେ ଟେକାଇ ପଞ୍ଚାୟତ କାର୍ଯ୍ୟାଳୟ – ଭତ୍ତା ପାଇଁ ଅଜବ ନିୟମରେ ଉଠିଲା ପ୍ରଶ୍ନ :

By -SUBHASMITA ସେପ୍ଟେମ୍ବର 20 2025
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ବାଲିପାଟ ଗାଁରେ ୧୦୫ ବର୍ଷର ବୃଦ୍ଧ ଶୁକୃ ଦଳେଇଙ୍କୁ ଭତ୍ତା ପାଇଁ ଅଟୋରେ ଟେକାଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆଣିବାକୁ ପଡ଼ିଲା। ବୃଦ୍ଧଜନ ଅଣ୍ଟା ଭାଙ୍ଗି ବର୍ଷଗୁଡ଼ିକ ଧରି ଶଯ୍ୟାଶାୟୀ ହୋଇ ଅଛନ୍ତି। ସାଧାରଣତଃ ତାଙ୍କର ନାତି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ନେଇଆସୁଥିଲେ। କିନ୍ତୁ ଏଥର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ – “ଶୁକୃ ସ୍ବୟଂ କାର୍ଯ୍ୟାଳୟକୁ ଆସି ଫଟୋ ଉଠେଇଲେ ମାତ୍ରେ ଭତ୍ତା ମିଳିବ।”
ଏହା ପରେ ପରିବାର ଲୋକେ ଶଯ୍ୟାଶାୟୀ ବୃଦ୍ଧଙ୍କୁ ଅଟୋରେ ଆଣି ପଞ୍ଚାୟତ କାର୍ଯ୍ୟାଳୟରେ ନେଇଥିଲେ। ସରକାରୀ ନିୟମ ଅନୁସାରେ, ବୃଦ୍ଧ, ବୃଦ୍ଧା, ରୋଗୀ କିମ୍ବା ଶଯ୍ୟାଶାୟୀଙ୍କୁ ଘରକୁ ଯାଇ ଭତ୍ତା ପହଞ୍ଚାଇବାକୁ ପଞ୍ଚାୟତ କର୍ମଚାରୀଙ୍କୁ ନିର୍ଦ୍ଦେଶ ରହିଛି। କିନ୍ତୁ ବାଲିପାଟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ଏହି “ଅଜବ ନିୟମ” ପରେ ସ୍ଥାନୀୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଲୋକମାନେ ପ୍ରଶ୍ନ ଉଠାଇଛନ୍ତି – “ସରକାରୀ ନିୟମକୁ ଅଗଣା କରି ଏହି ଅଧିକାରୀ କଣ ପାଇଁ ବୃଦ୍ଧଙ୍କୁ ଏତେ କଷ୍ଟ ଦେଲେ !

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page