By -SUBHASMITA oct 23 2025
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇ ନୂଆ ଗ୍ରାଣ୍ଡ ବଲ୍ ରୁମ୍ ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଛି। ଏହି ଭବ୍ୟ ହଲ୍ରେ ଏକାସାଥିରେ ୯୯୯ ଲୋକ ବସିପାରିବେ। ଟ୍ରମ୍ପଙ୍କ ଏହି ପ୍ରକଳ୍ପ ପାଇଁ ଅନୁମାନିତ ଖର୍ଚ୍ଚ ହେଉଛି ୨୫୦ ମିଲିୟନ ଡଲାର।
ଏହି ନୂଆ ହଲ୍ ୯୦ ହଜାର ବର୍ଗଫୁଟ୍ ଅଞ୍ଚଳ ଉପରେ ନିର୍ମାଣ ହେବ ଓ ଏହା ଭବନର ପୂର୍ବ ଅଂଶ (East Wing) ରେ ଥିବା First Ladyଙ୍କ କାର୍ଯ୍ୟାଳୟ ଠାରେ ହେବ। ଏହି ଅଞ୍ଚଳ ୧୯୦୨ ମସିହାରେ ନିର୍ମାଣ ହୋଇଥିଲା ଓ ୧୯୪୨ ରେ ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଜଭେଲ୍ଟ ଏଠାରେ ଏକ ବଙ୍କର ତିଆରି କରିଥିଲେ।
ସେହିବେଳେ ଆମେରିକାରେ ସଟଡାଉନ (shutdown) ଚାଲିଥିବାବେଳେ ଟ୍ରମ୍ପଙ୍କ ଏହି ମହାଖର୍ଚ୍ଚିଳ ପ୍ରକଳ୍ପକୁ ନେଇ ଦେଶରେ ଜୋର ଚର୍ଚ୍ଚା ଚାଲିଛି। ବିରୋଧୀ ଦଳ ଓ ଗଣମାଧ୍ୟମ ଟ୍ରମ୍ପଙ୍କୁ ତିବ୍ର ସମାଲୋଚନା କରିଛନ୍ତି।
ସିନେଟର ଏଲିଜାବେଥ ବୈରିନ କହିଛନ୍ତି – “ଦେଶ ଅର୍ଥସଂକଟରେ ରହିଥିବାବେଳେ ଟ୍ରମ୍ପ ବୁଲଡୋଜର ଶବ୍ଦର ମଜା ନେଉଛନ୍ତି।”
ହିଲାରୀ କ୍ଲିଣ୍ଟନ ମଧ୍ୟ କହିଛନ୍ତି – “ଟ୍ରମ୍ପ ନିଜ ଘରକୁ ନିଜେ ବରବାଦ କରୁଛନ୍ତି।”
ଏପଟେ ଟ୍ରମ୍ପଙ୍କ ସମର୍ଥକମାନେ ଏହାକୁ ରାଷ୍ଟ୍ରୀୟ ଗୌରବ ଓ ହ୍ୱାଇଟ୍ ହାଉସର “ପୁନଃ ଅଭ୍ୟୁଦୟ” ବୋଲି କହୁଛନ୍ତି।
socialtalknews
