ହୁଅନ୍ତୁ ସାବଧାନ :

Talk Always Truth

ଅନ୍‌ଲାଇନ୍‌ ଜିନିଷ ଅର୍ଡର କରି ଠକାମୀର ଶିକାର ହେଲେ ପ୍ରଧାନଶିକ୍ଷୟିତ୍ରୀ
ନବରଙ୍ଗପୁର: ଅନ୍‌ଲାଇନ୍‌ରେ ଜିନିଷ ଅର୍ଡର କରି ଜଣେ ଶିକ୍ଷୟିତ୍ରୀ ଠକାମୀର ଶିକାର ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣକ ଶଙ୍ଖ ଗଣେଶ ଅର୍ଡର କରିଥିବା ବେଳେ ତାଙ୍କ ପାଖକୁ କପଡ଼ା ଭର୍ତ୍ତି ଏକ ପ୍ୟାକେଟ୍‌ ପହଞ୍ଚିଛି ଥିବା ସେ ଅଭିଯୋଗ କରିଛନ୍ତି। ନବରଂଗପୁର ଜିଲ୍ଲା ସଦରମହକୁମାର ଗୌଡ଼ସାହିରେ ରହୁଥିବା ପ୍ରଧାନଶିକ୍ଷୟତ୍ରୀ ପଙ୍କଜିନୀ ଦୋରା ଏହି ଠକାମୀର ଶିକାର ହୋଇଛନ୍ତି।
ଶିକ୍ଷୟିତ୍ରୀ ପଙ୍କଜିନୀ ଦୋରା ଅନ୍‌ଲାଇନ୍‌ ସାଇଟରେ ଏକ ଶଙ୍ଖ ଗଣେଶ ଅର୍ଡର କରିଥିଲେ। ସମାଜିକ ଗଣମାଧ୍ୟମ ଫେସ୍‌ବୁକରେ ଏକ ପେଜ୍‌ ଜରିଆରେ ସେ ଏହି ଶଙ୍ଖ ଗଣେଶ ଅର୍ଡର କରିଥିଲେ। ଜିନିଷର ମୂଲ୍ୟ ଏକ ହଜାର ଟଙ୍କା ରହିଥିଲା। ଯେତେବେଳେ ଜିନିଷଟି ଘରେ ପହଞ୍ଚିଥିଲା ସେ ସମ୍ପୂର୍ଣ୍ଣ ଟଙ୍କା ଦେଇ ଡେଲିଭେରି ବୟଙ୍କ ଠାରୁ ଜିନିଷ ଗ୍ରହଣ କରିଥିଲେ।ଘରେ ସେହି ପ୍ୟାକେଟ୍‌ ଖୋଲି ଦେଖିବା ସମୟରେ ଏଥିରେ କେବଳ କନା ଭର୍ତ୍ତି ହୋଇ ରହିଥିଲା।
ଆଜିକାଲି ଅନ୍‌ଲାଇନ୍‌ ଠକେଇ ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ସାଇବର ଠ‌କମାନେ ବଡ଼ବଡ଼ ଧନଶାଳୀ ଲୋକଙ୍କୁ ଟାର୍ଗେଟ କରୁଥିବା ବେଳେ ବିଭିନ୍ନ ଉପାୟରେ ସମାଜର ଅନ୍ୟ ଲୋକମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି। ଲୋକେ ନିଜର ସୁବିଧା ହିସାବରେ ଅନ୍‌ଲାଇନ୍‌ରେ ଜିନିଷ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି। ଏହାର ସୁଯୋଗ ନେଉଛନ୍ତି ଅନ୍‌ଲାଇନ୍‌ ଠକ।
ଆଜିକାଲି ଏହି ପରି ଅନ୍‌ଲାଇନ୍‌ ଠକାମୀର ପରିମାଣ ବଢ଼ିବାରେ ଲାଗିଛି। ଏଥି ପ୍ରତି ଆମେ ସମସ୍ତେ ସଚେତନ ରହିବା ନିହାତି ଜରୁରି। ଏହା ସହ ଏପରି ଠକ ଅନ୍‌ଲାଇନ୍‌ ସାଇଟଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବା ଦରକାର ଯାହାଦ୍ୱାରା ଲୋକମାନେ ଠକାମିରୁ ବଞ୍ଚିତ ହୋଇପାରିବେ।
ତେବେ ଅର୍ଡର କରିବା ପୂର୍ବରୁ ଉକ୍ତ ସାଇଟର ସତ୍ୟତା ଯାଂଚ କରିବା ସହ ଡେଲିଭରି ବୟ ଡେଲିଭରି ଦେବା ପରେ ବି ପ୍ୟାକେଟ୍ ଖୋଲିବା ସମୟରେ ତାଙ୍କୁ ଉପସ୍ଥିତ ରଖି ଖୋଲିବାକୁ ଅନୁରୋଧ କରିଛନ୍ତି ଶ୍ରୀମତୀ ଦୋରା। ନିର୍ଭରଯୋଗ୍ୟ ସାଇଟରୁ ହିଁ ଅର୍ଡର ଦେବାକୁ ସେ ପରାମର୍ଶ ଦେଇଛନ୍ତି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page