ହୀରାକୁଦରେ ଖୋଲିଲା ୧୨ଟି ଗେଟ୍‌, ସମ୍ବଲପୁରରେ ଜଳମଗ୍ନ ଅଞ୍ଚଳ :

By – SUBHASMITA ସେପ୍ଟେମ୍ବର 24 2025
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ପୁଣିଥରେ ଗେଟ୍ ଖୋଲାଯାଇଛି। ବୁଧବାର ସକାଳେ ଅଧିକ ୪ଟି ଗେଟ୍ ଖୋଲାଯିବା ସହ, ବର୍ତ୍ତମାନ ୧୨ଟି ଗେଟ୍‌ ଦ୍ୱାରା ଜଳ ନିଷ୍କାସନ ହେଉଛି। ଏଥିରୁ ବାମ ପଟରେ ୮ଟି ଓ ଡାହାଣ ପଟରେ ୪ଟି ଗେଟ୍‌ ଖୋଲାଯାଇଛି।
ଗତ କିଛି ଦିନ ଧରି ଉପରମୁଣ୍ଡ ଅଞ୍ଚଳରେ ଭାରି ବର୍ଷା ହେବାରୁ ହୀରାକୁଦରେ ଜଳ ପ୍ରବାହ ବହୁତ ବଢ଼ିଛି। ଏହି ପରିସ୍ଥିତିରେ ବନ୍ଧର ସୁରକ୍ଷା ଓ ଜଳନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି।
ଏପଟେ ସମ୍ବଲପୁର ସହରରେ ଭିଷଣ ବର୍ଷା ହେବାରୁ ଧନୁପାଲି, ପ୍ରଧାନପଡା ସହିତ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାରେ ଅସୁବିଧା ଭୋଗୁଛନ୍ତି।
ଜଳସମସ୍ୟା କାରଣରୁ ଅଧିକାରୀମାନେ ସତର୍କତା ବରତିବାକୁ ସୁଚନା ଦେଇଛନ୍ତି !

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page