ହିମାଚଳରେ ବନ୍ୟାର ତାଣ୍ଡବ ||

Talk Always Truth

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତି
ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆଲର୍ଟ | ରିଲିଫ୍ ଓ ଉଦ୍ଧାର କାମ ଜାରି |

ହିମାଚଳରେ ବନ୍ୟାର ଭୟଙ୍କର ପ୍ରକୋପ । ଜୁନ୍ ୨୦ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରଠାରୁ, ମାତ୍ର ୧୩ ଦିନ ମଧ୍ୟରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଘଟଣାରେ ୬୩ ଜଣ ପ୍ରାଣ ହରାଇଛନ୍ତି । ୪୦ ଜଣ ଏବେ ବି ନିଖୋଜ ଅଛନ୍ତି। ରାଜସ୍ୱ ବିଭାଗର ବିପର୍ଯ୍ୟୟ ପରିଚାଳନା ତଥ୍ୟ ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ପ୍ରାୟ ୪୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି ।ଏପର୍ଯ୍ୟନ୍ତ ୧୦୯ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କର ଚିକିତ୍ସା ଚାଲିଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ନିରନ୍ତର ଜାରି ରହିଛି। କିନ୍ତୁ ଖରାପ ପାଗ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ପ୍ରବଳ ବର୍ଷା ଯୋଗୁଁ ୨୮୭ ପ୍ରାଣୀଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସବୁ ଜିଲ୍ଲାକୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆଲର୍ଟ କରାଯାଇଥିବା ବେଳେ ରିଲିଫ୍ ଓ ଉଦ୍ଧାର କାମ ଜାରି ରହିଛି । ଏନଡିଆରଏଫ ଏବଂ ଏସଡିଆରଏଫ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେପଟେ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହିତ ଗୁଜୁରାଟ, ହିମାଚଳପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ,ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛ୍ନିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯଦି ଆବଶ୍ୟକ ପଡ଼େ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି ଏନଡିଆରଏଫ ଯୋଗାଇ ଦିଆଯିବ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।…


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page