By-SUBHASMITA 8 ନଭେମ୍ବର 2025
ମାଲକାନଗିରି:
ଛତିଶଗଡ଼ର ଦକ୍ଷିଣ ବସ୍ତର ଜଂଗଲରେ ଚାଲିଛି ମେଗା ଅପରେସନ। ମାଲକାନଗିରି ସୀମା ସହିତ ଥିବା ୧୨୫ଟି ଗାଁକୁ ଘେରି ରଖିଛନ୍ତି ଦୁଇ ହଜାର ସୁରକ୍ଷାବାହିନୀ ଯବାନ। ଏହି ଅପରେସନର ଲକ୍ଷ୍ୟ ହେଉଛି ଦୁର୍ଦ୍ଦାନ୍ତ ମାଓ ନେତା ହିଡମା, ଦେବା ଓ ଏରାକୁ ଧରିବା କିମ୍ବା ମାରିବା।
ଡ୍ରୋନ୍ ଓ ହେଲିକପ୍ଟର ମାଧ୍ୟମରେ ନକ୍ସଲ ଲୁଚିଥିବା ସ୍ଥାନ ଚିହ୍ନଟ କରାଯାଉଛି। ଦନ୍ତେୱାଡା, ବିଜାପୁର ଓ ସୁକମା ଜିଲ୍ଲାର ତିନି ଏସପି ନିଜେ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି।
ପୁଲିସ ଅନୁମାନ କରୁଛି ଯେ ହିଡମା ଏହି ୧୨୫ ଗାଁର ମଧ୍ୟରୁ କେଉଁଠି ଲୁଚିଥାଇପାରେ। ଗତ ଜାନୁଆରିରେ ସେ ପୁଲିସ ଘେରାରୁ ପଳାଇଥିଲେ। ଏବେ ତାକୁ ଧରିବା ପାଇଁ ଡିଆରଜି, ଏସଟିଏଫ, ସିଆରପିଏଫ ଓ ବିଏସଏଫ ଯବାନ ମିଶି ଅପରେସନ ଚାଲାଉଛନ୍ତି।
ପୁଲିସ କହିଛି, ଯଦି ଏହି ଅପରେସନ ସଫଳ ହେବ, ତେବେ ନକ୍ସଲ ଆନ୍ଦୋଳନର ମୂଳ ଭିତ୍ତି କମ୍ପିଯିବ। ହିଡମା ଉପରେ ବିଭିନ୍ନ ରାଜ୍ୟରେ ମୋଟ ଅଢେଇ କୋଟି ଟଙ୍କାର ପୁରସ୍କାର ଘୋଷିତ ଅଛି।
Socialtalknews
