by- SUBHASMITA Dt- 12.1.2026
ସ୍ୱାମୀ ବିବେକାନନ୍ଦ କେବଳ ଗୋଟିଏ ନାମ ନୁହେଁ ସେ ଗୋଟିଏ ବିଚାର ଗୋଟିଏ ଚେତନା ଗୋଟିଏ ଯୁଗ କହିଲେ ମଧ୍ୟ ଭୁଲ ହେବନି |ଯେତେବେଳେ ଭାରତକୁ ଦୁର୍ବଳ କୁହାଯାଉଥିଲା ଏବ ଯେତେବେଳେ ଦେଶ ଭୟ, ଦାସ୍ୟତା ଓ ନିରାଶାରେ ଡୁବିଥିଲା,ସେଇ ସମୟରେ ଗେରୁଆ ବସ୍ତ୍ର ପିନ୍ଧି ଗୋଟିଏ ସନ୍ୟାସୀ ସାରା ବିଶ୍ୱ ସାମ୍ନାରେ ଦଣ୍ଡାୟମାନ ହୋଇ କହିଥିଲେ|ଭାରତ ଦୁର୍ବଳ ନୁହେଁ ଭାରତ କେବଳ ତାର ଶକ୍ତିକୁ ଭୁଲିଯାଇଛି।ଉଠ, ଜାଗ ଏହା କେବଳ ସ୍ଲୋଗାନ୍ ନୁହେଁ ଏହା ଗୋଟିଏ ଆଦେଶ ସେ ଭିକ୍ଷା ମାଗିନଥିଲେ ବରଂ ସେ ମୁଣ୍ଡ ଉଠାଇବା ଶିଖାଇଥିଲେ | ସେ କ୍ଷମାର କଥା ନୁହେଁ ଶକ୍ତି, ସାହସ ଓ ଆତ୍ମବିଶ୍ୱାସର କଥା ମଧ୍ୟ କହିଥିଲେ।
ଆଜି ଯେଉଁମାନେ ଭାରତକୁ ଦୁର୍ବଳ କହୁଛନ୍ତି,ସେମାନେ ଥରେ ଇତିହାସ ନୁହେଁ ସତ୍ୟକୁ ଦେଖନ୍ତୁ ଏବଂ ଯେଉଁମାନେ ଧର୍ମ ନାମରେ ଦେଶକୁ ଭାଗ କରୁଛନ୍ତି,ସେମାନେ ସ୍ୱାମୀ ବିବେକାନନ୍ଦଙ୍କୁ ଥରେ ଭଲରେ ପଢ଼ନ୍ତୁ ପଢ଼ିଲେ ବୁଝିପାରିବେ।ଭାରତ କେବେ ଭିକାରୀ ଥିଲା କି ଭାରତ କେବେ ଦୁର୍ବଳ ମଧ୍ୟ ନ ଥିଲା | ବରଂ ଭାରତ କେବଳ ଜାଗ୍ରତ ହେବା ବାକି ଥିଲା।
ଆଜି ବିବେକାନନ୍ଦ ଫଟୋରେ ନୁହେଁ,ଆଜି ବିବେକାନନ୍ଦ ହିଁ ଆବଶ୍ୟକତା
କେବଳ ନମନ କଲେ ଦେଶ ଗଢ଼ାଯାଏ ନାହିଁ,ଅନୁସରଣ କଲେ ଦେଶ ଗଢ଼ାଯାଏ
ସେ କେବଳ ଧର୍ମ କଥା କହିନଥିଲେ,ସେ ମଣିଷ ହେବାର ମୂଲ୍ୟ ବୁଝାଇଥିଲେ।ସେ କେବଳ ଦେଶଭକ୍ତି ଶିଖାଇନଥିଲେ,ବରଂ ସେ ଆତ୍ମବିଶ୍ୱାସ ଦେଇଥିଲେ। ଏହା କେବଳ ଉଠ, ଜାଗ ଓ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଥମ୍ବି ନାହିଁ | ଏହି ଧାଡ଼ିଟି କେବଳ ଉକ୍ତି ନୁହେଁ,ଆଜିର ଯୁବପିଢ଼ି ପାଇଁ ଜୀବନର ମନ୍ତ୍ର |ସ୍ୱାମୀ ବିବେକାନନ୍ଦ ଭାରତକୁ ଯାହା ଦେଇଗଲେ,ସେ ହେଉଛି
ସେ ହେଉଛି ଗର୍ବ, ଆତ୍ମସମ୍ମାନ ଓ ଅଦମ୍ୟ ସାହସ | ଶତ-ଶତ ନମନ ସେଇ ମହାପୁରୁଷଙ୍କୁ,
ଯିଏ ଭାରତକୁ ବିଶ୍ୱ ମଞ୍ଚରେ ଗର୍ବର ସହିତ ଦଣ୍ଡାୟମାନ କରାଇଥିଲେ|ବିବେକାନନ୍ଦଙ୍କୁ କେବଳ ନମନ ନୁହେଁ ଆଂଜ୍ଞା ତାଙ୍କ ବିଚାରକୁ ଜୀବନରେ ଆଣନ୍ତୁ |
socialtalknews