ସ୍ଥାପିତ ହେବ ନୂଆ ମେଡିକାଲରେ କଲେଜ :

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଫୁଲବାଣୀର ସରକାରୀ ମେଡିକାଲ କଲେଜର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମୁଦାୟ ୨୦୦ ଏମବିବିଏସ୍‌ ସିଟ୍‌ରେ ନାମ ଲେଖା ପାଇଁ ଅନୁମତି ପତ୍ର (ଏଲ୍‌ଓପି) ପାଇଁ ଅନୁରୋଧ କରିଛନ୍ତି।
ଏହି ଦୁଇଟି ମେଡିକାଲ କଲେଜ ନୂଆଭାବେ ପ୍ରତିଷ୍ଠିତ ହୋଇଛି। ଏହି ଦୁଇ ଅନୁଷ୍ଠାନର ଅଧ୍ୟକ୍ଷ ନାମଲେଖା ଅନୁମତି ପତ୍ର ପାଇଁ ଚଳିତବର୍ଷ ଜାନୁଆରିରେ ନ୍ୟାସନାଲ୍‌ ମେଡିକାଲ କମିସନ(ଏନ୍‌ଏମ୍‌ସି)ର ପୋର୍ଟାଲ୍‌ରେ ଦରଖାସ୍ତ ଦାଖଲ କରିଥିଲେ। ଏନ୍‌ଏମ୍‌ସିର ଦଳ ମେ’ ୨୮ରେ ଫୁଲବାଣୀ ଓ ଜୁନ୍ ୨୩ରେ ତାଳଚେର ମେଡିକାଲ କଲେଜରେ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ। ଏହି ଦୁଇ କଲେଜରେ କିଛି ସମସ୍ୟା ରହିଥିବାରୁ ଜୁଲାଇ ୧୦ତାରିଖରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ଦୁଇ କଲେଜର ଅଧ୍ୟକ୍ଷ ୩ଦିନ ସମୟ ଭିତରେ ଅନୁପାଳନ ରିପୋର୍ଟ ପୁନର୍ବାର ଦାଖଲ କରିଥିଲେ।
ଖୁବଶୀଘ୍ର ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ ହେବାକୁ ଯାଉଥିବାରୁ ଏହି ଦୁଇ ମେଡିକାଲ କଲେଜକୁ ଅନୁମତି ଦିଆଯାଉ। ସେହିପରି ରାଜ୍ୟ ସରକାର ମଧ୍ୟ ବଜେଟ୍‌ରେ ମେଡିକାଲ କଲେଜ ପାଇଁ ଆବଶ୍ୟକୀୟ ଅର୍ଥ ଅନୁମୋଦନ କରିଛନ୍ତି। ଅନୁମତି ପତ୍ର ମିଳିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଆଉ ଦୁଇଟି ମେଡିକାଲ କଲେଜ ଯୋଡ଼ି ହେବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଏହି ସାକ୍ଷାତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଦୀପ ପୁରୋହିତ ଓ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲା !

Leave a Reply

Your email address will not be published. Required fields are marked *

You cannot copy content of this page