ଓଡିଶାର ଉପକୂଳ ଅଞ୍ଚଳ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମନା ପ୍ରତିବର୍ଷ କରିଥାଏ l ଏହା ଆପଣମାନେ ପ୍ରାୟତଃ ସମସ୍ତେ ଜାଣିଥିବେ l ସ୍ରାମୁଦିକ ଝଡ ବନ୍ୟା ଏବଂ ମୃତ୍ତିକା ଅବକ୍ଷୟରେ ନିୟମିତ ଅଭିଜ୍ଞତା ଏହି ବିପଦଠାରୁ ରକ୍ଷାପାଇଁ ଯେଉଁ ପ୍ରାକୃତିକ ଧନ ନିରବ ଭାବେ କାମ କରୁଛି ତାହା ହେଉଛି ହେନ୍ତାଳ ବନ l ଉପକୂଳ ଅଂଚଳ ପାଇଁ ହେନ୍ତାଳ ବନ ସାହା ଏବଂ ଭରଷା l କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ରେ ଗଢିଉଠିଥିଲା ଏହି ବନ l ଏହା କେବଳ ଗଛ ନୁହେଁ, ଏହା ଉପକୃତ ଅଂଚଳର ରକ୍ଷା ଏକ ଜୀବନ କବଚ ପାଲିଟିଛି ହେନ୍ତାଳ ବନ l ଗହୀରମଥା, କଂସାରଡିଆ,କାଉଡିଆ ଓ କଜଳପାତିଆ ପର୍ଯ୍ୟନ୍ତ ବିସ୍ତୃତ ଏହି ବନ ବିଭିନ୍ନ ପ୍ରକାରର ହେନ୍ତାଳ ଗଛରେ ଘନ ରୂପ ଦିନକୁ ଦିନ ନେଉଛି l
ଏହି ହେନ୍ତାଳବନ ଗଭୀରଝଡ଼ ଓ ବଡସମୁଦ୍ର ତରଙ୍ଗର ଉଚ୍ଚତାକୁ କମାଇ ଦେଇ ଅଞ୍ଚଳବାସୀଙ୍କ ଜୀବନ ଓ ଜମିକୁ ରକ୍ଷା କରିଥାଏ l ଯାହାକି ମୃତ୍ତିକା ଅବକ୍ଷୟ ରୋକି ଏହା ଜଳ ବନ୍ଦୀ ମାଟିକୁ ସୁରକ୍ଷା କରେ l
ଅନେକ ଜୀବଜନ୍ତୁଙ୍କ ମଧ୍ୟ ଆଶ୍ରୟସ୍ଥଳ ଏହି ବନ ପ୍ରାକୃତିଜ ଜୀବବିବିଧ ତାର ଏକ ଉତ୍ସ l ହେନ୍ତାଳ ବନ ଅନେକ ପକ୍ଷୀ, କୀଟପାତଙ୍ଗ ଓ ଛୋଟଛୋଟ ଜନ୍ତୁ ଙ୍କ ପାଇଁ ଆଶ୍ରୟ ସ୍ଥଳଅଟେ l ଏହା ଜୈବ ବିବିଧତାକୁ ସୁସ୍ଥ ଓ ସନ୍ତୁଳିତ ରଖିବାରେ ଏକ ଗୁରୁତ୍ୱପୂର୍ଣ ଅଂଶ ଅଟେ l ଯଦି ଆମେ ଅର୍ଥନୈତିକ ଆଧାର ରେ ଦେଖିବା ତେବେ ହେନ୍ତାଳ ଗଛ ଦେଉଥିବା ଫଳ, ପତ୍ର ଓ ଗଛଠାରୁ ମିଳୁଥିବା ବୃକ୍ଷ ସାମଗ୍ରୀ ଗ୍ରାମ ବାସୀଙ୍କ ଜୀବିକା ର ଉତ୍ସ l ତାଳଖିଲି ଗୁଡ଼, ଏମିତି ଅନେକ ସାମଗ୍ରୀ ଗଛଠାରୁ ମିଳିଥାଏ l
ମହାକାଳପଡ଼ା ବନ ଅଞ୍ଚଳରେ ଗ୍ରାମବାସୀ ମାନେ ବନ ସୁରକ୍ଷା ସମିତି ଗଠନ କରି ଏହି ବନକୁ ସୁରକ୍ଷିତ ରଖିବା ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି l ଏହି ଚେଷ୍ଟା କେବଳ ପରିବେଶ ସୁରକ୍ଷା ନୁହ, ବରଂ ଭବିଷ୍ୟତ ପିଢ଼ି ପାଇଁ ଏକ ଜୀବନ ଗୁରୁତ୍ୱ ଧନରକ୍ଷା କରେ l
ପ୍ରାକୃତିକ ବିପଦର ବିରୁଦ୍ଧରେ ହେନ୍ତାଳ ବନ ହେଉଛି ଓଡ଼ିଶାର ଉପକୃତ ଅଞ୍ଚଳ ପାଇଁ ଏକ ନିରବ ରକ୍ଷା କବଚ, ଏହାକୁ ସଂରକ୍ଷଣ କରିବା କେବଳ ପରିବେଶ ରକ୍ଷା ନୁହେଁ ଏହା ହେଉଛି ଆମ ଜୀବନ ଓ ଆର୍ଥିକ ଶକ୍ତିକୁ ସଦୁଢ ରଖିବାର ରାସ୍ତା, ଏକ ହେନ୍ତାଳ ଗଛ ଲଗାଇଲେ ଶତ ମୂଲ୍ୟ ମିଳେନାହିଁ କିନ୍ତୁ ଏହାର ମୂଲ୍ୟ କେବଳ ଅନୁଭବ କରାଯାଇପାରେ l ଉପକୂଳ ଅଞ୍ଚଳବାସୀଙ୍କ ପାଇଁ ହେନ୍ତାଳବନ ଅଟେ ରକ୍ଷକ l

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||
ଦରକାର ସମୟରେ କାହିଁକି କାମରେ ଆସୁନି ୧୦୮ ଆମ୍ବୁଲାନ୍ସ ?ଫୋନ୍ ଯିବାର୍ ତିନି ଘଣ୍ଟା ପରେ ପହଞ୍ଚିଥିଲା ଆମ୍ବୁଲାନ୍ସବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ଗଲା ଜୀବନ କାନ୍ଦ