ସୁନାଋଣ ବଜାର ଚୁଡ଼ାନ୍ତରେ: ୨୦୨୬ ମାର୍ଚ୍ଚରେ ୧୫ ଲକ୍ଷ କୋଟି ଛୁଇଁବ ବୋଲି ICRA ର ଆକଳନ

Talk Always Truth

By- SUBHASMITA oct 11 2025
ସୁନାଦର ନିରନ୍ତର ବୃଦ୍ଧି ଯୋଗୁ ଦେଶର ସୁନାଋଣ ବଜାର ତୀବ୍ର ଗତିରେ ଆଗେଇଯାଉଛି । ରେଟିଂ ଏଜେନ୍ସି ICRA ର ନୂଆ ରିପୋର୍ଟ ଅନୁସାରେ, ୨୦୨୬ ମାର୍ଚ୍ଚ ସୁଦ୍ଧା ସୁନାଋଣ ବଜାର ୧୫ ଲକ୍ଷ କୋଟି ଛୁଇଁବ, ଯେଉଁଥିରେ ବ୍ୟାଙ୍କମାନଙ୍କ ଅଂଶୀଦାରି ୮୦% ଠାରୁ ଅଧିକ ହେବା ଆଶା କରାଯାଇଛି ।
ICRA ର ସମୀକ୍ଷା ଅନୁଯାୟୀ, ସୁନାଋଣ ଦିଗରେ ବ୍ୟାଙ୍କମାନେ NBFC ତୁଳନାରେ ଅଧିକ ଗତିରେ ଅଗ୍ରଗତି କରୁଛନ୍ତି, ଯାହାର ପଛରେ ବ୍ୟାଙ୍କିଂ ଭିତ୍ତିଭୂମି ଓ ଗ୍ରାହକ ବିଶ୍ୱାସ ମୁଖ୍ୟ ହେତୁ ବୋଲି ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ, ୨୦୨୭ ସୁଦ୍ଧା ସୁନାଋଣ ବଜାର ୧୮ ଲକ୍ଷ କୋଟି ଅଟିକିବା ଆଶା ରହିଛି । ସୁନାଦର ବୃଦ୍ଧି, ବିଶେଷକରି ଘରୋଇ ସୁନା ନିବେଶ ଓ ବିବାହୀ ଋତୁର ଚାହିଦା, ଏହାର ମୁଖ୍ୟ ଚାଳକ ବୋଲି ଅର୍ଥନୀତିବିଦ୍‌ମାନେ ମତ ପ୍ରକାଶ କରିଛନ୍ତି ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page