By – SUBHASMITA ସେପ୍ଟେମ୍ବର 11 2025
ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି । କିଛି ଜିଲ୍ଲାରେ ପ୍ୟାକ୍ସ ଓ ଲାମ୍ପସ୍ରେ ସାର କଳାବଜାରୀ ହେଉଥିବା ଅଭିଯୋଗ ଆସିଥିବାରୁ ସରକାର ଗୁରୁତ୍ୱ ସହକାରେ ଏହାକୁ ନେଇ ଚିନ୍ତିତ ହୋଇଛି ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର ସଂକଟକୁ ନେଇ ସମୀକ୍ଷା ବୈଠକ କରିବେ । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସହିତ ଅନ୍ୟାନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିବେ ।
ଗତକାଲି ସମବାୟ ବିଭାଗ ସମସ୍ତ ଜିଲ୍ଲାକୁ ଚିଠି ପଠାଇ, ସାର କଳାବଜାରୀ ରୋକିବା ଓ ଦୋଷୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା । ତଥାପି, ଗଲା କିଛି ଦିନ ଧରି ଚାଷୀମାନେ ସାର ପାଇଁ ଘଣ୍ଟାଧରି ଲାଇନ୍ରେ ଠିଆ ହୋଇଥିଲେ ମଧ୍ୟ ସାର ମିଳୁନଥିବା ଅଭିଯୋଗ ସାମ୍ନାକୁ ଆସୁଛି ।
Socialtalknews