ସାରା ବିଶ୍ୱରେ ମୋଦିଙ୍କ କ୍ରେଜ୍ ||

ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ମୋଦି, GenZଙ୍କ ମଧ୍ୟରେ ଅନପପୁଲାର ଡୋନାଲ୍ଡ ଟ୍ରମ୍ପ
ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଷ୍ଟମ ସ୍ଥାନରେ ରହିଛନ୍ତି । ଟ୍ରମ୍ପଙ୍କ ଅନୁମୋଦନ ହାର ରହିଛି ମାତ୍ର ୪୪ ପ୍ରତିଶତ । ଗତ ଜାନୁଆରୀ ମାସରେ କରାଯାଇଥିବା ଏହି ସର୍ଭେରେ ଟ୍ରମ୍ପ ପଞ୍ଚମ ସ୍ଥାନରେ ଥିଲେ । ତାଙ୍କ ଅନୁମୋଦନ ହାର ୫୨ ପ୍ରତିଶତ ଥିଲା । କିନ୍ତୁ ଟ୍ରମ୍ପ ଏବେ ତାଙ୍କର ଲୋକପ୍ରିୟତା ହରାଇଛନ୍ତି ।
ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ସର୍ଭେରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସର୍ଭେରେ ବିଶ୍ୱର ବିଭିନ୍ନ ଦେଶର ନେତାଙ୍କ ଲୋକପ୍ରିୟତା ଏବଂ ଜନସାଧାରଣଙ୍କ ମଧ୍ୟରେ ସେମାନଙ୍କ ଅନୁମୋଦନ ବା ଗ୍ରହଣୀୟତାର ମୂଲ୍ୟାଙ୍କନ କରାଯାଇଛି ।ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଚଳିତ ମାସ ୪ ତାରିଖରୁ ୧୦ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ ହାର ୭୫ ପ୍ରତିଶତ ରହିଛି । ସମଗ୍ର ବିଶ୍ୱରେ ନେତାମାନଙ୍କ ମଧ୍ୟରେ ଲୋକପ୍ରିୟତାରେ ଶୀର୍ଷ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦି ।

Leave a Reply

Your email address will not be published. Required fields are marked *

You cannot copy content of this page