ସବ୍‌ ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଓ ଗର୍ଭନଷ୍ଟ ଅଭିଯୋଗ: ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟ ଗିରଫ :

By SUBHASMITA oct 23 2025
ଭୁବନେଶ୍ବର, ୨୨ ଅକ୍ଟୋବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗୋଟିଏ ଗମ୍ଭୀର ଅଭିଯୋଗ। ଜଣେ ସବ୍‌ ଇନ୍ସପେକ୍ଟର ମହିଳାଙ୍କ ଅଭିଯୋଗରେ ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମହିଳା ଥାନା ପୋଲିସ ଗିରଫ କରିଛି।
ଅଭିଯୋଗ ଅନୁସାରେ, ଯଶୋବନ୍ତ ଆଚାର୍ଯ୍ୟ ଦୀର୍ଘଦିନ ଧରି ବିବାହର ପ୍ରତିଶ୍ରୁତି ଦେଇ ସେହି ସବ୍‌ ଇନ୍ସପେକ୍ଟରଙ୍କ ସହିତ ସମ୍ପର୍କ ରଖୁଥିଲେ। ପରେ ସେ ମହିଳା ଗର୍ଭବତୀ ହେବା ପରେ ମଧ୍ୟ, ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।
୨୦୧୭ ବ୍ୟାଚର ଏହି ପୋଲିସ ଅଫିସର ସମ୍ପ୍ରତି ଆଇଆଇସି ପଦବୀରେ କାମ କରୁଥିଲେ ଏବଂ ପଦୋନ୍ନତି ପରେ କଳାହାଣ୍ଡିକୁ ବଦଳି ଯାଇଥିଲେ। ମହିଳାଙ୍କ ଅଭିଯୋଗ ଆସିବା ପରେ ମହିଳା ଥାନା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଗିରଫ କରିଛି।
ଏହି ଘଟଣା ଓଡ଼ିଶା ପୋଲିସ ମହଳରେ ତରଙ୍ଗ ସୃଷ୍ଟି କରିଛି।
ନିୟମ ଅନୁଯାୟୀ ଅଗ୍ରଗତି ତଦନ୍ତ ଚାଲିଛି।

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page