ସବୁପଟେ ଚାପ ନିଜ ଅଭିଶାପରେ ଡୁବୁଛି ପାକିସ୍ତାନ :

By -SUBHASMITA oct 25 2025

ଭାରତ, ଆଫଗାନିସ୍ତାନ ଓ ଟିଟିପି — ତିନି ମୁହାଁରୁ ଏବେ ଚାପରେ ରହିଛି ପାକିସ୍ତାନ। ଜାତିସଂଘରେ ଭାରତ ପାକିସ୍ତାନକୁ ବେଜ୍ଜିତ କରିବା ପରେ, ଟିଟିପି ଓ ଆଫଗାନିସ୍ତାନର ନୂଆ କାର୍ଯ୍ୟକଳାପ ପାକିସ୍ତାନ ପାଇଁ ବିପଦ ସଂକେତ ହୋଇଉଠିଛି।
ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଜାତିସଂଘରେ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଅଧିକୃତ ଭାରତୀୟ ଅଂଚଳରେ ମାନବିକ ଅଧିକାର ଉଲ୍ଲଂଘନ ଘଟୁଛି। ସେଠାରେ ଲୋକମାନେ ଶୋଷଣ, ନିର୍ଯାତନା ଓ ଦମନରେ ଜୀବନ ଜୀବନ୍ତି। ଭାରତ ସ୍ପଷ୍ଟ କରିଛି — ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଓ ରହିବ।
ଏପଟେ ଟିଟିପି ଅର୍ଥାତ୍ “ତେହେରିକ୍-ଏ-ତାଲିବାନ ପାକିସ୍ତାନ” ନିଜ ଭିଡିଓ ଜାରି କରି ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ଚ୍ୟାଲେଞ୍ଜ କରିଛି। ଟିଟିପି କମାଣ୍ଡର କାଜିମ୍ ସେନାପତିଙ୍କୁ କହିଛନ୍ତି — “ଯଦି ପୁରୁଷ ତେବେ ଆମକୁ ସାମ୍ନା କର।” ଖାଇବର ପଖତୁନଖ୍ୱାରେ ହୋଇଥିବା ଆକ୍ରମଣରେ ୨୨ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଟିଟିପି ଦାବି କରିଛି।
ସେହି ସମୟରେ, ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ପାଣି ଯୁଦ୍ଧରେ ଚାପ ଦେଉଛି। ତାଲିବାନ ସରକାର କୁନାର ନଦୀରେ ନୂତନ ବନ୍ଧ ନିର୍ମାଣ ଯୋଜନା କରିଛି — ଯାହା ପାକିସ୍ତାନକୁ ଜଳ ଯୋଗାଣ ଅବରୋଧ କରିପାରେ। ତାଲିବାନର ଜଳ ମନ୍ତ୍ରୀ କହିଛନ୍ତି, “ଆଫଗାନମାନେ ନିଜ ଜଳ ନିଜେ ପରିଚାଳନା କରିବେ।”
ଏକ ପଟେ ଆନ୍ତରିକ ଆତଙ୍କବାଦ, ଅନ୍ୟ ପଟେ ଆଫଗାନିସ୍ତାନ ଓ ଭାରତର ରାଜନୈତିକ ଚାପ — ପାକିସ୍ତାନ ଏବେ ନିଜ ଅଭିଶାପରେ ଡୁବୁଛି।

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page